Home >
ବଲାଙ୍ଗିର: ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
Khabar Odisha: Vigilance-raids-at-Badapadar-executive-engineers-house

ବଲାଙ୍ଗୀର, ସେପ୍ଟେମ୍ବର ୧୪(ଖବର ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବଡ଼ପଦ ପଂଚାୟତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଧିକାରୀ ତପନ ମେହେର । ତପନଙ୍କ କୁତୁମୁଣ୍ଡା ସ୍ଥିତ ବାସଭବନ, ଶ୍ୱଶୁର ଘର ଓ ପାଟଣା ଗଡ଼ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି ।
 
ଆଜି ସକାଳୁ ଭିଜିଲାନ୍ସର ୪ଟି ଟିମ୍‌ ତପନଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୧୦ ଭରି ସୁନା, ବ୍ୟାଙ୍କ ପାସବୁକ,  ୨ଟି ଟ୍ରାକ୍ଟର, ଏକ ମିନି ଟ୍ରକ, ଗୋଟିଏ କାର ଓ ୩ଟି ବାଇକ ଜବତ ହୋଇଛି । ପୂର୍ବରୁ ତପନ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରି ଥିବା ନେଇ ଅଭିଯୋଗ ହୋଇଥିଲା । 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments