Home >
ଭିମସାର ସର୍ଜରୀ ବିଭାଗ ଛାଡ଼ିଲେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ
Khabar Odisha:VIMSAR-Directer-Aswini-Pujahari-left-his-post
ସମ୍ବଲପୁର, ଡିସେମ୍ବର ୦୭(ଖବର ଓଡ଼ିଶା):

ବୁର୍ଲା ଭିମସାରର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାର ପୂଜାହାରୀ ଶୁକ୍ରବାର ତାଙ୍କ ପଦବୀ ଛାଡିଛନ୍ତି। ମେଡିକାଲର ସର୍ଜରୀ ୟୁନିଟ୍-୧ ଅଧିକାରୀ ଦାୟିତ୍ୱରୁ ସେ ଓହରିଛନ୍ତି। ତାଙ୍କ ବିରୋଧରେ ଦୁଇ ଦୁଇଟି ଭିଡିଓ ଭାଇରାଲ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ପୂର୍ବ ଭଳି ସେ ଭିମସାରର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ।       

ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡ଼ିଓ ଭାଇରାଲ ହେବା ପରେ ନିର୍ଦ୍ଦେଶକ ଶ୍ରୀ ପୂଜହାରୀ ଭିମସାର ସର୍ଜରୀ ୟୁନିଟ -୧ ଅଧିକାରୀ ଦାୟିତ୍ୱ ଛାଡ଼ିଛନ୍ତି। ପଦବୀ ଛାଡ଼ିବା ନେଇ ପ୍ରତିକ୍ରିୟାରେ ପ୍ରଫେସର ଅଶ୍ୱିନୀ କହିଛନ୍ତି, ଅଭିଯୋଗର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ କମିଟି ମୋତେ ଦୋଷୀ ସାବ୍ୟସ୍ତ କରିଛି। ଏଥିପାଇଁ ମୁଁ ପଦ ଛାଡ଼ିଲି। ସର୍ଜରୀ ୟୁନିଟ ଛାଡ଼ିଲି କିନ୍ତୁ ପୂର୍ବଭଳି ନିର୍ଦ୍ଦେଶକ ପଦବୀରେ ରହିବି। ଛାତ୍ର ମାନଙ୍କର ଜିତ୍ ହେଲା, ଏବେ ସେମାନେ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି।  

ଅପରପକ୍ଷରେ ଅଶ୍ୱିନୀ ପୂଜାହାରୀଙ୍କୁ ନିର୍ଦ୍ଦେଶକ ପଦବୀରୁ ହଟାଇବା ନିମନ୍ତେ ଭିମାସର କନିଷ୍ଠ ଡ଼ାକ୍ତରୀ ସଂଘର ଆନ୍ଦୋଳନ ଜାରି ରହିଛି। ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଗତକାଲି ୪୮ଘଣ୍ଟା ପର୍ଯ୍ୟନ୍ତ ସଂଘ ସରକାରଙ୍କୁ ମହଲତ ଦେଇଥିଲା।   

Subscribe

National International State Sports Entertainment