Home >
ନାବାର୍ଡର ୩୭ ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Union-minister-dharmendra-pradhan-attend-nabard-37th-foundation-day-program
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା):

କୃଷି କ୍ଷେତ୍ରର ଆନୁସଙ୍ଗିତ ଉନ୍ନତି ପାଇଁ ଆର୍ଥିକ ବର୍ଷ ୨୦୧୪-୧୫ରେ ନାବାର୍ଡ ୮ ହଜାର ୬୮ କୋଟି ଟଙ୍କା ଋଣ ଦେଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ତାହାକୁ ବଢ଼ାଇ ୧୭ ହଜାର ୧୯୫ କୋଟି ଟଙ୍କା ଦେଇଛି । ଯେଉଁଥି ପାଇଁ ଓଡ଼ିଶା ତରଫରୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ନାବାର୍ଡକୁ କୃତଜ୍ଞତା ଜଣାଇଛନ୍ତି । ଆଜି ନାବାର୍ଡର ୩୭ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭେଚ୍ଛା ଜଣାଇଛନ୍ତି । 

ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ନାବାର୍ଡର ୩୭ ତମ ପ୍ରତିଷ୍ଠା ଦିବସ ସମାରୋହରେ ନାବାର୍ଡର ବହୁ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ‘ନାବାର୍ଡ ଇନ ଓଡିଶା ବୁକଲେଟ’ର ଉନ୍ମୋଚନ କରିଛନ୍ତି । ଦେଶର ଅର୍ଥବ୍ୟବସ୍ଥାରେ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ସେ କହିଛନ୍ତି । ଏହା ସହିତ ନାବାର୍ଡର ବିଭିନ୍ନ କାର୍ୟ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଏହା ସହ କୃଷି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । 

  • Tags:

Subscribe

National International State Sports Entertainment