Home >
ମଞ୍ଚ ଉପରେ ଚେତାଶୂନ୍ୟ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
Khabar Odisha:Union-Minister-nitin-gadkari-fainted-on-stage
ମହାରାଷ୍ଟ୍ର, ଡିସେମ୍ବର ୭ (ଖବର ଓଡିଶା):

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ମଂଞ୍ଚ ଉପରେ ହଠାତ ଅଚେତ ହୋଇପଡ଼ିଛନ୍ତି । ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆଜି ମହାରାଷ୍ଟ୍ର ଅହମ୍ମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଜାତୀୟ ସଙ୍ଗୀତ ଗାନ କରିବାକୁ ଛିଡ଼ା ହୋଇଥିବାବେଳେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ସେ ପଡ଼ିଯାଉଥିବା ସମୟରେ ତାଙ୍କ ନିକଟରେ ଛିଡ଼ା ହୋଇଥିବା ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କୁ ଧରି ପକାଇଥିଲେ । ତେବେ ନୀତିନ ସେହିଠାରେ ଚେତଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାହିଁକି ଏମିତି ହେଲା କିଛି ଜଣାପଡ଼ି ନଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବିଜେପି ନେତୃବନ୍ଦ ପ୍ରକାଶ କରିଛନ୍ତି । 

Subscribe

National International State Sports Entertainment