Home >
ଭାରତୀୟ ସେନା ହେଲା ଆହୁରି ଶକ୍ତିଶାଳୀ, ସାମିଲ ହେଲା ଏମ ୭୭୭ଓ ଓ କେ-୯ ଆର୍ଟିଲରୀ ଗନ୍
Khabar Odisha:Today-The-Indian-Army-Will-Join-The-M-777-And-K-9-Artillery-Guns
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

ରକ୍ଷା ମନ୍ତ୍ରୀ ସୀତାରମଣଙ୍କ ଉପସ୍ଥିତିରେ ଶୁକ୍ରବାର ଭାରତୀୟ ସେନାରେ ତିନୋଟି ପ୍ରମୁଖ ତୋପ ସାମିଲ କରାଯାଇଛି ।  ଯେଉଁଥିରେ ଏମ୭୭୭ ଆମେରିକାନ ଅଲଟ୍ରା ଲାଇଟ ହୋବିଶ୍ଚର  ଓ କେ-୯ ବଜ୍ର ସାମିଲ ଅଛି । କେ-୯ ବଜ୍ର ଏକ ସ୍ୱଂୟଚାଳିତ ତୋପ  ଅଟେ । ସେନାରେ ସାମିଲ କରାଯାଇଥିବା ତୃତୀୟ ତୋପ କମ୍ପୋଜିଟ ଗନ ଟୁଇିଂ ଭିକେଲ ଅଟେ । ଏକ ଅଧିକାରୀ କହିଛନ୍ତି କି, ଆଗାମୀ ବର୍ଷରେ ମଧ୍ୟ ଏକ ‘ଏମ୭୭୭’ ଓ କେ-୯ ବଜ୍ର’ର ପ୍ରଥମ ରେଜିମେଂଟ ତିଆରି ପ୍ରସ୍ତୁତି ପୂର୍ବରୁ ଏହି ତୋପକୁ ସ୍ଥଳସେନାରେ ସାମିଲ କରାଯାଇଛି । ଏହି ରେଜିମେଂଟରେ ୧୮ ‘ଏମ ୭୭୭ ଓ ୧୮ କେ-୯ ବଜ୍ର ସାମିଲ କରିବାର ଯୋଜନା କରାଯାଉଛି । 

୧୪୫ ‘ଏମ୭୭୭’ ତୋପ କିଣିବା ପାଇଁ ଭାରତ ନଭେମ୍ବର ୨୦୧୬ରେ ଆମେରିକା ସହିତ ୫,୦୭୦ କୋଟି ମୂଲ୍ୟର ଏକ ଚୁକ୍ତି କରିଥିଲା । ବିଦେଶୀ ସୈନ୍ୟ ବିକ୍ରି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଚୁକ୍ତି କରାଯାଇଥିଲା । ଇରାକ ଓ ଆପଗାନିସ୍ଥାନରେ ବ୍ୟବହାର ହେଉଥିବା ଏମ ୭୭୭ ତୋପକୁ ହେଲିକପଟର ଦ୍ୱାରା ସହଜରେ ଉଚ୍ଚତମ ଅଂଚଳକୁ ନିଆଯାଇ ପାରିବ । 

ଭାରତୀୟ ସେନାକୁ ନଭେମ୍ବର ୨୦୧୯ରେ ୪୦ ଏବଂ ନଭେମ୍ବର ୨୦୨୦ରେ ୫୦ ବଜ୍ର ତୋପ ମିଳିବ । ପ୍ରଥମଥର ଭାରତୀୟ ନିଜ ଅଂଚଳରେ ସ୍ୱଦେଶୀ କେ -୯ ବଜ୍ରର ପ୍ରଥମ ରେଜିମେଂଟର ପ୍ରସ୍ତୁତି କରୁଛି । ଏହା ପୂର୍ବରୁ ଏହି ପ୍ରକାର ତୋପ ଅଛି ଯାହା ସ୍ୱଦେଶୀ ଅଟେ । ଆଶ କରାଯାଉଛି କି, ଜୁଲାଇ ୨୦୧୯ ପର୍ଯ୍ୟନ୍ତ କେ-୯ ବଜ୍ର ସମ୍ପୂର୍ଣର୍ଭାବେ ପ୍ରସ୍ତୁତ ହୋଇଯିବ । ତିନି ମିନିଟରେ ୧୫ ରାଉଣ୍ଡର ଭୀଷଣ ଗୁଳି ବର୍ଷା କରିପାରିବ ଓ ୬୦ ମିନଟରେ ଏହା ଲଗାତାର ୬୦ ରାଉଣ୍ଡ ଫାଇରିଙ୍ଗ ମଧ୍ୟ କରିପାରିବ । 

Subscribe

National International State Sports Entertainment