Home >
ଅଲାରନାଥ ଅଣସର ଦର୍ଶନର ଆଜି ଶେଷଦିନ, ଭଜନ କୀର୍ତ୍ତନରେ ଦୁଲୁକୁଛି ପୀଠ
Khabar Odisha:To-day-is-last-anasar-darshan-of-alarnath
ବ୍ରହ୍ମଗିରି, ଜୁଲାଇ ୧୨(ଖବର ଓଡ଼ିଶା) :

 ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରି ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଗୁପ୍ତ ହେବାରେ ଥିବାବେଳେ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥ ନାରାୟଣ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ । ମଙ୍ଗଳବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜାଙ୍କୁ ଦିଆଯାଇଥିବାବେଳେ ବୁଧବାର ସଂପନ୍ନ ହୋଇଛି ମହାପ୍ରଭୁଙ୍କ ଘଣା ଲାଗି ନୀତି । ଆଜି ମହାପ୍ରଭୁଙ୍କ ବନକ ଲାଗି ଅର୍ଥାତ୍ ମୁଖସିଂହାର କରାଯାଉଥିବାବେଳେ ଏପଟେ ଅଲାରନାଥଙ୍କ ଅଣସର ଦର୍ଶନ ସରୁଛି । ଅଲାରନାଥଙ୍କ ଚଳିତ ବର୍ଷ ଅଣସର ଦର୍ଶନର ଶେଷ ଦିନରେ ଭଜନ କୀର୍ତ୍ତନରେ ଗହ ଗହ ହେଉଛି ବ୍ରହ୍ମଗିରି । ମେଘୁଆ ପାଗରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିରହିଛି । ଅଣସର ଦର୍ଶନର ଶେଷ ଦିନ ହୋଇଥିବାରୁ ସମସ୍ତ ନୀତିକାନ୍ତି ନିର୍ଦ୍ଦାରିତ ସମୟରେ ହେଉଛି । 

  • Tags:

Subscribe

National International State Sports Entertainment