Home >
ଦାସିଆ ଅଜାଙ୍କ ଆଜି ଜନ୍ମ ଦିନ, ଥିଲେ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ
Khabar Odisha:To-day-is-dashrathi-pattanayak
ନୟାଗଡ଼, ଜୁଲାଇ ୧୨(ଖବର ଓଡ଼ିଶା) :

 ଆଜି ଦାସରଥୀ ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ଜନ୍ମ ଦିନ । ୧୯୦୭ ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲାର ଉଦୟପୁର ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ଦାସରଥୀ । ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢିଥିବା ଦାସିଆ ଅଜା ଅଭୂତ ଥିଲା ପଢିବା ନିଶା । ଖରାଦିନର ଖରାବେଳେ ନ ଶୋଇ ବହି ପଢିବାରେ ତାଙ୍କର ଝୁଙ୍କ୍ ତାଙ୍କୁ ଭ୍ରମଣକାରୀ ଭାବେ ସଜାଇଥିଲା । ଆଣ୍ଠୁ ଲୁଚୁ ନଥିବା ଭଳି ଗୋଟିଏ ଗାମୁଚ୍ଛା ପିନ୍ଧି ଓ ଆଉ ଗୋଟିଏ ଗାମୁଚ୍ଛାକୁ ମୁଣ୍ଡରେ ପଗଡ଼ି ଭଳି ବାନ୍ଧି ଠେଙ୍ଗାଟିଏ ଧରି ଦାସିଆ ଅଜା ବାହାରି ପଡ଼ିଥିଲେ ଓଡ଼ିଶାର ଗ୍ରାମାଂଚଳରୁ ପୁସ୍ତକ ସଂଗ୍ରହ ନିଶାରେ । ଖଣ୍ଡେ ଠେଙ୍ଗା ଆଉ କାନ୍ଧରେ ଝୁଲା ମୁଣି ପକାଇ ବୁଲୁଥିବା ଦାସରଥୀ ମୁଠାଏ ମୁଢି ଓ କପେ ନାଲି ଚାରେ ଦିନ ବିତାଉଥିଲେ । ଜୀବନର ଅପରାହ୍ନରେ ଦାସିଆ ଅଜା ଆରମ୍ଭ କରିଥିଲେ ସାଧନା । ଉଦୟପୁରରେ ପ୍ରତିଷ୍ଠା କରିଥିଲେ ଜାତୀୟ ସ୍ତରର ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣା ଗାର । କୌଣସି ଜଣେ ଲେଖକର ଭଲ ଲେଖାଟିଏ ପାଇଲେ ଖଣ୍ଡିଏ ପୋଷ୍ଟକାର୍ଡ଼ ଜରିଆରେ ଧନ୍ୟବାଦ ଓ କୃତଜ୍ଞତା ଦେବାକୁ ଭୁଲୁ ନଥିଲେ । ଆଜି ଉଦୟପୁର ପାଠାଗାର ଦାସରଥୀଙ୍କୁ କାଳଜୟୀ କରାଇଛି । 

  • Tags:

Subscribe

National International State Sports Entertainment