Home >
ତେଲେଙ୍ଗାନା ନିର୍ବାଚନ: କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ
Khabar Odisha:Telangana-Assembly-Election-2018-Live-Voting-Percentage-News-Update-Today
ନୂନୂଆଦିଲ୍ଲୀ, ଡିସେମ୍ବର ୭, (ଖବର ଓଡିଶା)

 ମହବୁବୁନଗରର କଲବାକୃତି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭିମଶୀ ଚନ୍ଦ ରେଡ୍ଡୀଙ୍କ ଉପରେ କିଛି ଅପରାଧିକ ବ୍ୟକ୍ତି ଆକ୍ରମଣ କରିଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେହି ଭଳି ତେଲେଙ୍ଗାନାର କାର୍ଯ୍ୟବାହାକ ମୁଖ୍ୟମନ୍ତ୍ରୀ କେସିଆର ସିଦ୍ଧିପେଟି ଭୋଟ ଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଏହା ବ୍ୟତିତ କାର୍ଯ୍ୟବାହାକ ମନ୍ତ୍ରୀ କେଟି ରାମାରାଓ ମଧ୍ୟ ଭୋଟ ଦେବାକୁ  ପହଂଚିଛନ୍ତି । 

ତେଲେଙ୍ଗାନା ନିର୍ବାଚନରେ ବର୍ତମାନ ପର୍ଯ୍ୟନ୍ତ ୪୯.୧୫ ପ୍ରତିଶତ ଭୋଟ ଗ୍ରହଣ ଖବର ଆସିଛି । ସୂଚନାଯୋଗ୍ୟ କି, ୨୦୧୪ରେ ହୋଇଥିବା ପ୍ରଥମ ନିର୍ବାଚନରେ  ରାଜ୍ୟରେ ୬୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । 

ଆଜିର ଭୋଟ ଦାନ ଗ୍ରଣହବେଳେ ବହୁ ନେତାଙ୍କ ସହ ଅଭିନେତା ଅଭିନେତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭୋଟ ଦେବାକୁ ଯାଉଥିବାର ଦେଖିବାକୁ ମିଳିଥିଲା । ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ଅଲ୍ଲୁ ଅର୍ଜ୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜିବ ଓ ନାଗାର୍ଜୁନ ମଧ୍ୟ ଭୋଟ ଦେବାକୁ ଆସିଥିଲେ । 

ସେହିଭଳି କିଛି ସେଲିବ୍ରେଟି ଭୋଟ ଦେବାକୁ ଯାଉଥିବା ବେଳେ, ଲେକପ୍ରିୟ ବ୍ୟାଟମିଂଟନ ଖେଳାଳି ଜ୍ୱାଲା ଘୁଟ୍ଟାଙ୍କ ନାମ ଭୋଟର ପରିଚୟ ପତ୍ର ତାଲିକାରେ ନାହିଁ । ଏହି ବିଷୟରେ ନିଜେ ଜ୍ୱାଲା ଟ୍ୱିଟ କରି କହିଛନ୍ତି । ଜ୍ୱାଲା କହିଛନ୍ତି କି, ଅନଲାଇନ ଚେକ କରିବା ପରେ ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । 

ସେହିଭଳି  ରାଜସ୍ଥାନରେ  ଦ୍ୱିପ୍ରହର ୧ଟା ପର‌୍ୟ୍ୟନ୍ତ ୪୧.୫୩ ପ୍ରତିଶତ ମତଦାନ ହୋଇଛି । ବହୁ ବରିଷ୍ଠ ରାଜନେତାମାନେ ମଧ୍ୟ ମତଦାନ କରିବାକୁ ପହଂଚିଛନ୍ତି । ଜୋଧପୁରର ପୂର୍ବ ରାଜପରିବାରର ସଦସ୍ୟ ଗଜ ସିଂହ ଏବଂ ତାଙ୍କ ପତ୍ନୀ ସରଦାରପୁର ନିର୍ବାଚନ କ୍ଷେତ୍ରରେ ମତଦାନ ବୁଥ ସଂଖ୍ୟା ୧୯୪ରେ ଭୋଟ ଦେଇଛନ୍ତି । ସେହି ସମୟରେ ଇଭିଏମ୍ ମେସିନ ଖରାପ ଥିବା କାରଣରୁ ବିଜେପି ବରିଷ୍ଠ ନେତା ଅର୍ଜୁନ ରାମ ମେଘବାଲ ସକାଳ ୮ଟାରେ ମତଦାନ କରିବାକୁ ପହଂଚି ସାଢେ ତିନି ଘଂଟା ବିଳମ୍ବରେ ଭୋଟ ଦେଇଛନ୍ତି ।

ସୂଚନାନୁଯାୟୀ, ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାରର ସୁବିଧା ନଥିବା କାରଣରୁ ଲୋକମାନଙ୍କୁ ଉଠାଇ କେନ୍ଦ୍ର ଭିତରକୁ ଟେକି ନିଆ ଯାଉଛି । ସମ୍ପୂର୍ଣ୍ଣ ରାଜ୍ୟରେ ମତଦାନ ଚାଲିଥିବା ସମୟରେ ଜୟସାଲେମରର ତିନୋଟି ସ୍ଥାନରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଅଶୋକ ଗେହଲଟ ଜୋଧପୁରର ବୁଥ ସଂଖ୍ୟା ୧୦୬ରେ ପହଂଚିଛନ୍ତି । 

ସଚ୍ଚିନ ପାଇଲଟ ମଧ୍ୟ ମତଦାନ କରିବାକୁ ପହଂଚିଛନ୍ତି । ସେ ଜୟପୁର ସ୍ଥିତ ଗୌର ବିପ୍ର ସେକେଣ୍ଡାରୀ ସ୍କୁଲରେ ଭୋଟ ଦେଇଛନ୍ତି । ଏହି ସମୟରେ ତାଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦର ଚେହେରା ବିଷୟରେ ପଚରା ଯିବାରୁ ସେ ନିର୍ବାଚନରେ ବହୁମତ ହାସଲ ହେବା ପରେ ଏହା ଉପରେ ଚର୍ଚ୍ଚା କରିବେ ବୋଲି କହିଛନ୍ତି । ତେବେ ଏଠାରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବାର ସୂଚନା ମିଳିଛି । 

Subscribe

National International State Sports Entertainment