Home >
ତେଜସ୍ୱୀଙ୍କ ଜନ୍ମ ଦିନରେ ସାମ୍ନାକୁ ଆସିଲେ ୫ ଦିନ ଧରି ଅଜ୍ଞାତବାସରେ ଥିବା ତେଜ ପ୍ରତାପ
Khabar Odisha:Tejaswi-Yadav-Will-Celebrate-29th-Birthday-Today-tej-pratap-wishes
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଏବଂ ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଗତ ୫ ଦିନ ହେଲା କେଉଁଠାରେ ଥିଲେ । ଏହାକୁ ନେଇ କାହା ପାଖରେ ମଧ୍ୟ ସଠିକ ଖବର ନାହିଁ । କିନ୍ତୁ ଶୁକ୍ରବାର ନଭେମ୍ବର ୯ ରେ ତେଜ ପ୍ରତାପ ନିଜ ସାନଭାଇ ତେଜସ୍ୱୀ ଯାଦବଙ୍କ ଜନ୍ମଦିନରେ ଯୋଗଦେବା ପାଇଁ ଦିଲ୍ଲୀ ପହଂଚିଛନ୍ତି । 

ଏକ ସାକ୍ଷାତକାରେ ତେଜ ପ୍ରତାପ କହିଛନ୍ତି କି, ସେ ନିଜ ସାନ ଭାଇକୁ ଜନ୍ମଦିନର ଆର୍ଶୀବାଦ ଦେବା ପାଇଁ ପହଂଚିଛନ୍ତି । ସେ କହିଛନ୍ତି ଯେ,  ସେ ନିୟମିତଭାବେ ନିଜ ପରିବାର ସହତ ସମ୍ପର୍କ ରଖିଛନ୍ତି, କେବଳ ମିଡିଆରେ ତାଙ୍କ କୁଆଡେ ଯିବା ମିଛ ଖବର ପ୍ରସାରିତ କରୁଛି । କିନ୍ତୁ ତେଜ ପ୍ରତାପ  ନିଜ ରହୁଥିବା ଠିକଣା ଓ ପରିବାର ସହିତ ନିୟମିତ ସମ୍ପର୍କରେ ରହିବା ବ୍ୟତିତ ଅନ୍ୟ କୌଣସୀ ବିଷୟରେ କହିବାକୁ କରିବାକୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ କି, ତେଜ ପ୍ରତାପ ନିଜ ପତ୍ନୀ ଐ୍ୟଶର୍ଯ୍ୟାଙ୍କ ଠାରୁ ଛାଡପତ୍ର ଆବେଦନ କରିବା ପରେ ନିଜ ପିତା ଲାଲୁ ପ୍ରସାଦଙ୍କୁ ଭେଟିବାକୁ ରାଂଚି ହସ୍ପିଟାଲ ଯାଇଥିଲେ । ରାଂଚିରୁ ଫେରିବା ପରେ ସେ ଗୟାରେ ରହିଥିଲେ କିନ୍ତୁ ନିଜ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ସେ ଏକା କୁଆଡେ ପଳାଇଥିଲେ । ଗୟା ହେଟେଲରୁ ବାହାରିବା ପରେ ତେଜ ପ୍ରତାପ କୁଆଡେ ଯାଇଥିଲେ କାହା ପାଖରେ କୌଣସୀ ସୂଚନା ନାହିଁ । ତେଜ ପ୍ରତାପ ୫ ଦିନ ହେଲା କୁଆଡେ ଗଲେ ବୋଲି ବିଭିନ୍ନ ପ୍ରକାର ଅନୁମାନ ଲଗାଉଥିବା ବେଳେ, ଏବେ ଶୁଣିବାକୁ ମିଳୁଥିବା ଯେ, ତେଜ ପ୍ରତାପ ଗୟାରୁ ବନାରସ ଚାଲିଯାଇଥିଲେ ଓ ଏହା ପରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା କରିଥିଲେ ତାପରେ  ସେ ବୃନ୍ଦାବନ ଯାଇଥିବାର ଖବର ଶୁଣିବାକୁ ମିଳୁଛି । 

Subscribe

National International State Sports Entertainment