Home >
ତାଳଚେରରେ ମାଟି ଦବିବା ମାମଲା: ତଦନ୍ତ କରି ପ୍ରତିକାର ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
Khabar Odisha:Talcher-Soil--Dharmendra-Wrotes-Letter-to-Piyush-Goyel
ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୬ ଡିସେମ୍ବର(ଖବର ଓଡ଼ିଶା):

 ତାଳଚେରରେ ଜନବସତି ଅଂଚଳରେ ମାଟି ଦବିବା ମାମଲାକୁ ଗୁରୁତ୍ୱର ସହ ନେଇ ଏହାର ବିଧିବଦ୍ଧ ଭାବେ ତଦନ୍ତ କରି ଆବଶ୍ୟକୀୟ ପ୍ରତିକାର କରିବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପ୍ରଭାବିତ ଅଂଚଳର ସୁରକ୍ଷା ଓ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ଏହି ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ତାଙ୍କ  ପତ୍ରରେ ଅନୁରୋଧ କରିଛନ୍ତି । ଉପଯୁକ୍ତ ତଦନ୍ତ କରାଗଲେ ଏହି ଖଣି ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ମନରେ ଯଦି କିଛି ଭ୍ରାନ୍ତ ଧାରଣା ହେଉଥାଏ ତେବେ ତାହା ଦୂର କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ଗୋଏଲଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଜନବସତି ଅଂଚଳରେ ମାଟି ଦବିବା କାରଣରୁ ସ୍ଥାନୀୟ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ମିଳିଥିବା ତଥ୍ୟ ଅନୁସାରେ ମାଟି ଦବିବା  କାରଣରୁ ଶାନ୍ତି ବାଇଙ୍କ ବାସଗୃହ ସମେତ ପାଖ ଅଂଚଳ ପ୍ରଭାବିତ ହୋଇଥିଲା । ଏହା ଖଣି ଅଂଚଳ ହୋଇଥିବାରୁ ଶ୍ରୀ ଗୋଏଲ ଏହା ଉପରେ ତଦନ୍ତ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

Subscribe

National International State Sports Entertainment