Home >
ଖୋର୍ଦ୍ଧା ବେଗୁନିଆରେ ଅଟକ ଯୁବକ ମାଓବାଦୀ ନୁହନ୍ତି, ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି
Khabar Odisha:Suspect-Youth-is-not-maoist-said-IG-Priyadarshi-at-Khordha
ଖୋର୍ଦ୍ଧା, ନଭେମ୍ବର ୦୯(ଖବର ଓଡ଼ିଶା):

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଧରାପଡ଼ିଥିବା ସନ୍ଦିଗ୍ଧ ଯୁବକ ମାଓବାଦୀ ନୁହେଁ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ କରିଛନ୍ତି। ଯୁବକଙ୍କୁ ମାରାଥନ ଜେରା କରିବା ପରେ ସେ କହିଛନ୍ତି ଯେ ଲୋକଙ୍କ ଦ୍ୱାରା ଧରାପଡିଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି । ଯୁବକଙ୍କ ନାଁ ସୁରେଶ ପହଁରିଆ। ଘର ନୂଆପଡା ବୋଡେନ ଅଞ୍ଚଳରେ । 

ଆଇଜି କହିଛନ୍ତି ଯେ ସୁରେଶ ଆନ୍ଧ୍ରରେ ଇଟାଭାଟି କାମ କରୁଥିଲେ। କିଛି ଟଙ୍କା ବାକି ଥିବାରୁ ସେ ଅନ୍ୟ ୨ ଜଣଙ୍କ ସହ ଖସି ପଳାଇ ଆସିଥିଲା । ସମସ୍ତ ୩ ଜଣ ଗଜମୁଣ୍ଡଆ ଜଙ୍ଗଲରେ ଲୁଚି ରହିଥିଲେ। ସୁରେଶଙ୍କ ସାଥୀରେ ଥିବା ଅନ୍ୟ ୨ ଜଣଙ୍କୁ ଖୋଜା ଚାଲିଥିବା ସେ କହିଛନ୍ତି।

ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଏଠାକାର ଗାଁ ଲୋକେ ମାଓବାଦୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଥିଲେ। ଦୋକାନରୁ ଖାଦ୍ୟ ସାମଗ୍ରୀ କିଣୁଥିବା ବେଳେ ଗାଁ ଲୋକେ ତାକୁ ଧରି ବେଗୁନିଆ ପୋଲିସକୁ ଖବର ଦେଇଥିଲେ। ପରେ ଅଟକଙ୍କୁ ପଚରାଉଚୁରା କରିବା ସହ ଦେଉଳି ଜଙ୍ଗଲରେ ୨ ୟୁନିଟ୍ ମାଓବାଦୀ ଥିବା ସନ୍ଦେହରେ ଏସଓଡଜି ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଦେଉଳି ଜଙ୍ଗଲରୁ ରୋଷେଇ ସାମଗ୍ରୀ ମଧ୍ୟ ମିଳିଥିଲା। ମାତ୍ର ଅଟକ ଯୁବକଙ୍କୁ ପଚରାଉଚୁରା କରିବା ପରେ ଯୁବକ ଜଣକ ମାଓବାଦୀ ନୁହେଁ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ କହିଛନ୍ତି। ଯୁବକଙ୍କ ଅନ୍ୟ ୨ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗରୁ ତଦନ୍ତ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।            

Subscribe

National International State Sports Entertainment