Home >
ସୁନନ୍ଦା ପୁଷ୍କର ମାମଲା: ସୁବ୍ରମଣିୟମ ସ୍ୱାମୀଙ୍କ ପିଟିସନକୁ କୋର୍ଟ ଡିସେମ୍ବର ୧୦ ପର୍ଯ୍ୟନ୍ତ ରଖିଲା ସୁରକ୍ଷିତ
Khabar Odisha:Sunanda-Pushkar-Death-Case-Patiala-House-Court-Heard-Peal-Of-Subramanian-Swamy
ନୂଆଦିଲ୍ଲୀ, ଡିସେମ୍ବର ୬, (ଖବର ଓଡିଶା)

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପଟିଆଲା ହାଉସ କୋର୍ଟର ସ୍ୱତନ୍ତ୍ର ଅଦାଲତରେ ବିଜେପି ନେତା ସୁବ୍ରମଣିୟମ ସ୍ୱାମୀଙ୍କ ପିଟିସନ ଉପରେ ଗୁରୁବାର ଶୁଣାଣି ହୋଇଛି । ଯେଉଁଥିରେ ସ୍ୱାମୀ ଦାବି କରିଛନ୍ତି କି, କୋର୍ଟରେ ପୋଲିସର ଭିଜିଲାନ୍ସ ତଦନ୍ତ ରିପୋର୍ଟକୁ ପ୍ରସ୍ତୁତ କରାଯାଉ । ଏହି ଅବସରରେ କଂଗ୍ରେସ ନେତା ଶଶି ଥରୁରଙ୍କ ପକ୍ଷରୁ କେସ ଲଢୁଛନ୍ତି । ଏହି ମାମଲାରେ ଶଶିଙ୍କ ଓକିଲ ବିକାଶ ପାହୱା ଏହାର ବିରୋଧ କରିଛନ୍ତି । 

ବର୍ତମାନ ଏହି ମାମଲାର ଶୁଣାଣି ୧୦ ଡିସେମ୍ବରରେ ହେବ ଏହା ପୂର୍ବରୁ ଏହି ଶୁଣାଣି ଡିସେମ୍ବର ୧ରେ ହେବାର ଥିଲା, କିନ୍ତୁ ଗୋଟିଏ ପକ୍ଷ କୋର୍ଟରେ ଉପସ୍ଥିତ ନ ରହିବାରୁ ଶୁଣାଣିକୁ ଗଡାଇ ଦିଆଯାଇଥିଲା । 

ବିଜେପି ନେତା ସୁବ୍ରମଣିୟମ ସ୍ୱାମୀଙ୍କ ଅଭିଯୋଗ ଏହା କି, ଏହି ମାମଲାରେ ତଦନ୍ତ ଦିଲ୍ଲୀ ପୋଲିସ ବହୁତ ଦାଇତ୍ୱ ହୀନତା ଦେଖାଉଛି । ଏହାର ସ୍ୱଷ୍ଟିକରଣ ଖୋଦ ପୋଲିସକୁ ଭିଜିଲାନ୍ସ ରିପୋର୍ଟରେ ଦର୍ଶା ଯାଇଛି । ଏଥିପାଇଁ ଏହି ରିପୋର୍ଟ କୋର୍ଟରେ ମଗାଯାଉ । 

ଏହା ସହିତ ହିଁ ସ୍ୱାମୀ ମାମଲାରେ ପକ୍ଷକାର ରହିବାର ମଧ୍ୟ ଆବେଦନ କରିଛନ୍ତି । ଏହା ବିରୋଧରେ ଶଶି ଥରୁରଙ୍କ ଓକିଲ କହିଛନ୍ତି କି, ସୁବ୍ରମଣିୟମ ସ୍ୱାମୀ ଏହି କେସରେ ପୀଡିତ ଅଟନ୍ତି ନାଁ ପରିବାର ସଦସ୍ୟ ଅଟନ୍ତି ତେବେ ସେ କ’ଣ ପାଇଁ ଏହି କେସରେ ତାଙ୍କୁ ପକ୍ଷକାର କରାଯିବ । 

Subscribe

National International State Sports Entertainment