Home >
ବିଶ୍ଵ କପ ୨୦୧୯ରେ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ଖେଳାଳି ହେବେ ଧୋନୀ: ମୁଖ୍ୟ ଚୟନକର୍ତ୍ତା
Khabar Odisha:Sports-cricket-ms-dhoni-will-be-the-most-important-player-at-the-world-cup-2019
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନରେ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି ଯେ, ନିଜର ବିଶେଷ କ୍ଷମତା କାରଣରୁ ଧୋନୀ ବିଶ୍ଵ କପ ୨୦୧୯ରେ ଭାରତୀୟ ଦଳରେ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ଖେଳାଳି ହେବେ। ଏହା ମଧ୍ୟରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହୋଇଛି। ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ୍ କବଜା କରିଥିବା ବେଳେ ନ୍ୟୁଜିଲାଣ୍ଡରେ ମଧ୍ୟ ଦିନିକିଆ ସିରିଜ୍  ଜିତିଛି। କିନ୍ତୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତିବାରେ ଦଳ ବିଫଳ ହୋଇଛି। ଏହି ଦୁଇଟି ଗସ୍ତରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନ ଦମଦାର ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆରେ ସେ ୧୯୩ ରନ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ।

ପ୍ରସାଦ କ୍ରିକଇନଫୋକୁ କହିଛନ୍ତି ଯେ, ଯେଉଁପରି ଧୋନୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଦୁଇଟି ସିରିଜରେ ବ୍ୟାଟିଂ କଲେ ସେଥିରୁ ସନ୍ଦେଶ ବିଲକୁଲ ସ୍ପଷ୍ଟ ହୋଇ ସାରିଛି। ଧୋନୀ ଫର୍ମକୁ ଫେରିବାକୁ ସଙ୍କେତ ଦେଲେ, ଯାହା ଦଳ ଏବଂ ଆମ ପାଇଁ ସୁଖବର। 

ପ୍ରସାଦ କହିଛନ୍ତି ଯେ, ଧୋନୀ ଭାରତର ବିଶ୍ଵ କପ ଦଳରେ ସବୁଠୁ ମହତ୍ଵପୂର୍ଣ୍ଣ ଖେଳାଳି ହେବେ। ନିଜର ନେତୃତ୍ଵ ନେବା ଦକ୍ଷତାରେ ସେ ବିରାଟ କୋହଲିଙ୍କୁ ମାର୍ଗଦର୍ଶନ କରିବେ। ତାଙ୍କର ଓ୍ଵିକେଟ୍ କିପିଂ ଦକ୍ଷତା ଉଚ୍ଚକୋଟୀର ଏବଂ ସେ ଯୁବ କ୍ରିକେଟରଙ୍କ ପାଇଁ ମେଣ୍ଟର ଭୂମିକା ନିଭାଇବେ। ଏହି ସବୁ କାମ ଭାରତ ପାଇଁ ବହୁତ କାମରେ ଆସିବ। ଏହି କାରଣରୁ ଧୋନୀ ବିଶ୍ଵ କପ ପାଇଁ ଆମର ସବଠୁ ବଡ଼ ମହତ୍ଵପୂର୍ଣ୍ଣ ଖେଳାଳି। 

ଉଲ୍ଲେଖଯୋଗ୍ୟ ଭାରତୀୟ ଦଳ ବିଶ୍ଵ କପ ପୂର୍ବରୁ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଦିନିକିଆ ମ୍ୟାଚର ଘରୋଇ ସିରିଜ ଖେଳିବ। ଏହା ପରେ ଖେଳାଳି ଆଇପିଏଲରେ ଖେଳିବା ମଧ୍ୟ ନଜର ଆସିବେ। ପ୍ରସାଦ କହିଛନ୍ତି ଯେ, ବିଶ୍ଵ କପ ପୂର୍ବରୁ ଖେଳାଳି ଆଇପିଏଲ ଖେଳିବେ। ଏଥିରେ ବ୍ୟାଟସମ୍ୟାନଙ୍କୁ ନିଜର ଫର୍ମକୁ  ଜାରି ରଖିବାରେ ବେଶ୍ ସହାୟକ ହେବ ବୋଲି ଏମଏସକେ ପ୍ରସାଦ କହିଛନ୍ତି। 

  • Tags:

Subscribe

National International State Sports Entertainment