Home >
ଆସନ୍ତା କାଲି ସୂର୍ଯ୍ୟ ପରାଗ : ଭାରତରେ ଦୃଶ୍ୟମାନ ହେବନି, ଆମେରିକା ଇଂଲଣ୍ଡରେ ଦେଖି ହେବ
Khabar Odisha:Solar-eclipse-an-13th-july
ନୂଆଦିଲ୍ଲୀ, ଜୁଲାଇ ୧୨(ଖବର ଓଡ଼ିଶା) :

 ଆସନ୍ତା କାଲି ଜୁଲାଇ ୧୩ ତାରିଖ ଆଷାଢ ଅମାବାସ୍ୟା ଦିଗ ସୂର୍ଯ୍ୟପରାଗ ହେବ । ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଇଂଲଣ୍ଡର ଗ୍ରୀନୱିଚ୍ ସହରରେ ଏହା ଦିନ ଦ୍ୱିପ୍ରହରରେ ୧.୩୦ ମିନିଟ୍ ସମୟରେ ନଜରକୁ ଆସିବ ଏବଂ ଆମେରିକାର ପୂର୍ବତଟରେ ସକାଳ ସାଢେ ନଅଟା ବେଳେ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗ ଆଂଶିକ ଭାବେ ହେବ ବୋଲି ନାସା ପକ୍ଷରୁ କୁହାଯାଉଥିବାବେଳେ, ଜ୍ୟୋତିଷମାନେ ପରାଗ ସହିତ ଜଡ଼ିତ ସମସ୍ତ ନିୟମ ମାନିବାକୁ କହିଛି । ସକାଳ ୭ଟା ୧୮ ମିନିଟ ୨୩ ସେକେଣ୍ଡେରେ ଏହା ଆରମ୍ଭ ହୋଇ ୯ଟା ୪୩ ମିନିଟ ୪୪ ସେକେଣ୍ଡରେ ପୂର୍ଣ୍ଣ ମୋକ୍ଷ ହେବ । ଜ୍ୟୋତିଷଙ୍କ କହିବା କଥା ସୂର୍ଯ୍ୟପରାଗ ପୂର୍ବରୁ କ୍ଷୀର ଓ ଦହି ଭଳି ଦ୍ରବ୍ୟରେ ତୁଳସୀ ପତ୍ର ଦେଇ ରଖିବା ଉଚିତ  । ସୂର୍ଯ୍ୟ ପରାଗ ସମୟକୁ ସୂତକ ସମୟ କୁହାଯାଏ । ଏହି ସମୟରେ ପୂଜା ପାଠ ଓ ମୂର୍ତ୍ତି ପୂଜା କରାଯିବା କଥା ନୁହେଁ । ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ନଖାଇବା ଉଚିତ ବୋଲି ଧାର୍ମିକ ବିଶ୍ୱାସ ରହିଛି । 

  • Tags:

Subscribe

National International State Sports Entertainment