Home >
ମଧ୍ୟରାତ୍ରୀରେ ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ, ଶିବଧ୍ୱନୀରେ କମ୍ପିଲା ଏକାମ୍ର କ୍ଷେତ୍ର
Khabar Odisha:ShreeLingaj-shiv-ratri

ଭୁୁବନେଶ୍ୱର, ଫେବୃଆରୀ ୧୫ (ଖବର ଓଡ଼ିଶା): ବହୁ ପ୍ରତିକ୍ଷୀତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’ ମଧ୍ୟରାତ୍ରୀରେ ଉଠିଛି । ରାତି ୧୦ଟାରେ ମହଦୀପ ଉଠିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁଁ ସମୟ ଅନୁସାରେ ଏହା ହୋଇପାରି ନାହିଁ । ‘ଓଁ ନମଃ ଶିବାୟ’ ଧ୍ୱନୀରେ ସମଗ୍ର ଏକାମ୍ର କ୍ଷେତ୍ର କମ୍ପୁଥିବା ବେଳେ ରାତି ୧୨ଟା ୩୦ରେ ମହାଦୀପ ଉଠିଥିଲା । ସେତେବେଳକୁ ଭକ୍ତମାନେ ପଞ୍ଚଇନ୍ଦ୍ରୀୟକୁ ସଂଯୋଗ କରି କେବଳ ଶିବ ନାମକୁ ଧ୍ୟାନରେ ରଖିଥିଲେ । ମହାଦୀପରେ ସମସ୍ତଙ୍କ ଳୟ ଥିଲା । 

ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ଲଭିବା ପାଇଁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତେ ଜାଗର ଜାଳି ଚାହିଁ ରହିଥିଲେ । ଶେଷରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ଧ୍ୱନୀରେ ରାତି ୧୨ଟା ୩୦ରେ ସମର୍ଥା ସେବାୟତଗଣ ବେଢ଼ା ପରିକ୍ରମା ସାରି ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ । ଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ । ମହାଦୀପ ଉଠିବା ପରେ ଭକ୍ତମାନେ ବ୍ରତ ଭଙ୍ଗ କରିଥିଲେ । 

ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ନାଗେଶ୍ୱର, ଯମେଶ୍ୱର, କୁକଟେଶ୍ୱର, ଖରାଖିଆ ବୈଦ୍ୟନାଥ, ବ୍ରହ୍ମେଶ୍ୱର ଡାକରା ବିଭୀଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦେ୍ଧଶ୍ୱର, ମେଘେଶ୍ୱର, ତୀର୍ଥେଶ୍ୱର, ଭାସ୍କରେଶ୍ୱର, ଚିନ୍ତାମଣିଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର ଓ ବେଲେଶ୍ୱର ମନ୍ଦିରରେ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ପୂଜାର୍ଚ୍ଚନା କରିଛନ୍ତି ।

 

  • Tags:

Subscribe

National International State Sports Entertainment