Home >
ସ୍କୁଲ ଷ୍ଟଡ଼ିଟୁର ରେ କଟକଣା : ବାପା ମାଙ୍କ ସହମତି ଓ ଜିଲ୍ଲାପାଳଙ୍କ ଅନୁମତି ଦରକାର
Khabar Odisha:Restriction-in-school-study-tour
ଭୁବନେଶ୍ୱର, ଜାନୁଆରୀ ୧୩(ଖବର ଓଡ଼ିଶା) : ସର୍ବଶିକ୍ଷା ଅଭିଯାନ ଓ ରାମସା ପରି ଯୋଜନାରେ ସ୍କୁଲ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଷ୍ଟଡ଼ିଟୁରରେ ନେବା ପାଇଁ କୁହାଯାଇଛି । କିନ୍ତୁ ଷ୍ଟଡ଼ିଟୁରରେ ଘଟି ଚାଲିଛି ଅଘଟଣ । ପିଲାମାନଙ୍କୁ ଜଗିବା ପାଇଁ କେହିନାହାନ୍ତି । ପର୍ଯ୍ୟଟନ ସ୍ଥଳୀ ବୁଲିବା ସମୟରେ ପିଲାମାନେ କେଉଁଆଡ଼େ ଗଲେ  କାହା ସହ ମିଶିଲେ ତାର ଖବର କିଏ ରଖୁନି । ଏଭଳି ଅଭିଯୋଗର ତାଲିକା ବଢିବା ପରେ ପିଲାଙ୍କ ସୁରକ୍ଷା ଲାଗି ଜାରି ହୋଇଛି ନିର୍ଦ୍ଦେଶାବଳୀ ।

ନିର୍ଦ୍ଦେଶାବଳୀରେ ପ୍ରତ୍ୟେକ ପିଲାଙ୍କ ତଥ୍ୟକୁ ଡାଟାବେସ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଷ୍ଟଡ଼ିଟୁରରେ ଯାଉଥିବା ପିଲା ଓ ସେମାନଙ୍କର ଅଭିଭାବକମାନଙ୍କ ନାମ, ଠିକଣା, ଫୋନ ନମ୍ବର, ଇ-ମେଲ ଠିକଣା ଆଦି ଉଲ୍ଲେଖ ରହିବ । ଅଭିଭାବକମାନେ ଷ୍ଟଡ଼ିଟୁରରେ  ଯାଉଥିବା ପିଲାଙ୍କ ପାଇଁ ସହମତି ଲିଖିତାକାରରେ ଦେବେ । ଡ୍ୟାମ୍, ପାୱାରପ୍ଲାଣ୍ଟ, ସମୁଦ୍ରକୂଳ ପରି ସ୍ଥାନକୁ ଯିବାକୁ ଥିଲେ ଜିଲ୍ଲାପାଳ କିମ୍ବା ସମାନ ପାହ୍ୟାର ଅଧିକାରୀ ଅନୁମତି ଦେବେ । ୧୦ ଜଣରୁ ଅଧିକ ପିଲା ଟୁର୍ ରେ ଯାଉଥିଲେ ଜଣେ ଟୁର ଅପରେଟରଙ୍କୁ ସାମିଲ କରାଯିବ । ପିଲାମାନେ ଯେଉଁ ଗାଡ଼ିରେ ଯିବେ ସେହି ଗାଡ଼ିର ଲାଇସେନ୍ସ ଠିକ୍ ଥିବା ଓ ଡ଼୍ରାଇଭର ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଡ଼ାଟାବେସ୍ ହୋଇଥିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି ।

  • Tags:

Subscribe

National International State Sports Entertainment