Home >
ମଲ୍ଲିକାର୍ଜ୍ଜୁନ ଓ ରଣଦୀପଙ୍କ ବିବାଦୀୟ ବୟାନ, ମୋଦୀ ତୋଗଲକ ଓ ଯୋଗୀ ଔରଙ୍ଗଜେବ
Khabar Odisha:Randeep-Surjewala-Compared-PM-Modi-To-Tughlaq-And-Yogi-To-Aurangzeb
ନୂଆଦିଲ୍ଲୀ, ଡିସେମ୍ବର ୭, (ଖବର ଓଡିଶା)

 ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଓ ମଲ୍ଲିକାର୍ଜ୍ଜୁନ ଖଡଗେ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ କଡା ମନ୍ତବ୍ୟ ଦେଇଛନ୍ତି । ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଭାଷା ଉପରେ ପ୍ରଶ୍ନ ଉଠାଇଥିବାବେଳେ ସୁରେଜୱାଲା ଦୁଇ ଜଣଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । 

କଂଗ୍ରେସ ନେତା ରଣଦୀପ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀ ମୋହମ୍ମଦ ବିନ ତୋଗଲକଙ୍କ ଭଳି ବ୍ୟହାର କରୁଛନ୍ତି  ଓ ଯୋଗୀ ଆଦିତ୍ୟନାଥ ଔରଙ୍ଗଜେବ ଭଳି ବ୍ୟବହାର କରୁଛନ୍ତି । ରଣଦୀପ ଦୁଇଜଣଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ପ୍ରଶ୍ନ କରିଛନ୍ତି କି, ଏହି ଦେଶରେ ତଲିବାନୀ ବ୍ୟବସ୍ଥା ଚାଲିବ ନାଁ ପ୍ରଜାତନ୍ତ୍ର ଚାଲିବ । 

ସେହଭଳି ମଲ୍ଲିକାର୍ଜ୍ଜୁନ କହିଛନ୍ତି କି, ଯେଉଁଭଳି ଭାଷାର ପ୍ରୟୋଗ ବିଜେପିରେ ହେଉଛି ଓ ଏହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସାହିତ କରୁଛନ୍ତି । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ହୋଇ ରାଜନିତିଜ୍ଞଙ୍କ ଭଳି କଥା କହିବା ଦରକାର, ଏହା ନକରି, ଛୋଟ ଛୋଟ କଥା ଉପରେ ଲୋକଙ୍କ ଉପରେ ରାଜନୀତି କରୁଛନ୍ତି, ଯେପରି କି ଗଳିରେ ଲୋକ ଝଗଡା କରନ୍ତି ।  

Subscribe

National International State Sports Entertainment