Home >
ରାଜସ୍ଥାନ ନିର୍ବାଚନ : ଫତେପୁର ମତଦାନ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଡି ଦେଲେ ଗାଡି
Khabar Odisha:Rajasthan-Vidhan-Sabha-Chunav-2018-Live-Voting-Percentage-News-Update-Today
ନୂଆଦିଲ୍ଲୀ, ଡିସେମ୍ବର ୭, (ଖବର ଓଡିଶା)

ରାଜସ୍ଥାନ ବିଧାନସଭା ନିର୍ବାଚନ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ୫୯.୪୩ ପ୍ରତିଶତ  ମତଦାନ ହୋଇଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ସମୟରେ କିଛି ସ୍ଥାନରେ ହିଂସାକାଣ୍ଡ ବି ଘଟିଛି । ସିକର ଫତେପୁରଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ନିଜ ନିଜ ଭିତରେ ଯୁକ୍ତି ତର୍କକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟାଇ ଗାଡି ପୋଡାଜଳା କରିଛନ୍ତି । 

ଫତେପୁର ପୋଲିଙ୍ଗ ବୁଥ ରେ ଦୁଇ ଦଳ ଯୁକ୍ତି ତର୍କରୁ ଝଗଡା ସୃଷ୍ଟି କରିଥିଲେ । ଏହି ଝଗଡା ପରବର୍ତି ସମୟରେ ଭୟଙ୍କର ରୂପ ଧାରଣ କରିଥିଲା । ଏହା କାରଣରୁ ୩୦ ମିନଟ ପର୍ଯ୍ୟନ୍ତ ଭୋଗ ଗ୍ରହଣ ବନ୍ଦ ରହିଥିଲା । 

ଏହି ଦୁଇ ଦଳଙ୍କ ଝଗଡା ଏପରି ପରିସ୍ଥତିରେ ପହଂଚିଲା କି, ଏମାନେ ଘଟଣା ସ୍ଥଳରେ ପୋଡା ଜଳା ଆରମ୍ଭ କରିଦେଇଥିଲେ । ଗୋଟିଏ ଦଳ ଅନ୍ୟଦଳର ଗାଡି ଗୁଡିକୁ ପୋଡିବା ଆରମ୍ଭ କରିଦେଇଥିଲେ । ଏହି ଝଗଡାରେ ଗୋଟିଏ ବସ ସହ ଦୁଇ ଚକିଆ ବାହାନ ପୋଡି ଦିଆଯାଇଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମାରପିଟ କରୁଥିବା ଲୋକଙ୍କୁ ଗିରଫ କରି ନେଇଛି । 

କେନ୍ଦ୍ରମନ୍ତ୍ରୀ ରାଜବର୍ଦ୍ଧନ ସିଂ ରୋଠୋର ଜୟପୁର ବୈଶାଳୀ ନଗର ମତଦାନ କେନ୍ଦ୍ର ୨୫୨ରେ ନିଜ ଭୋଟ ଦେଇଛନ୍ତି । 

ଜୋଧପୁରର ପୂର୍ବ ରାଜପରିବାରର ସଦସ୍ୟ ଗଜ ସିଂହ ଏବଂ ତାଙ୍କ ପତ୍ନୀ ସରଦାରପୁର ନିର୍ବାଚନ କ୍ଷେତ୍ରରେ ମତଦାନ ବୁଥ ସଂଖ୍ୟା ୧୯୪ରେ ଭୋଟ ଦେଇଛନ୍ତି । ସେହି ସମୟରେ ଇଭିଏମ୍ ମେସିନ ଖରାପ ଥିବା କାରଣରୁ ବିଜେପି ବରିଷ୍ଠ ନେତା ଅର୍ଜୁନ ରାମ ମେଘବାଲ ସକାଳ ୮ଟାରେ ମତଦାନ କରିବାକୁ ପହଂଚି ସାଢେ ତିନି ଘଂଟା ବିଳମ୍ବରେ ଭୋଟ ଦେଇଛନ୍ତି ।

ସଚ୍ଚିନ ପାଇଲଟ ମଧ୍ୟ ମତଦାନ କରିବାକୁ ପହଂଚିଛନ୍ତି । ସେ ଜୟପୁର ସ୍ଥିତ ଗୌର ବିପ୍ର ସେକେଣ୍ଡାରୀ ସ୍କୁଲରେ ଭୋଟ ଦେଇଛନ୍ତି । ଏହି ସମୟରେ ତାଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦର ଚେହେରା ବିଷୟରେ ପଚରା ଯିବାରୁ ସେ ନିର୍ବାଚନରେ ବହୁମତ ହାସଲ ହେବା ପରେ ଏହା ଉପରେ ଚର୍ଚ୍ଚା କରିବେ ବୋଲି କହିଛନ୍ତି । ତେବେ ଏଠାରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବାର ସୂଚନା ମିଳିଛି । 

ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଅଶୋକ ଗେହଲଟ ଜୋଧପୁରର ବୁଥ ସଂଖ୍ୟା ୧୦୬ରେ ପହଂଚି ଭୋଟ ଦେଇଛନ୍ତି ।  

କେନ୍ଦ୍ରୀୟ କୃଷି ରାଜ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଧପୁରରେ କେନ୍ଦ୍ର ନଂ ୧୨୮ ନିଜ ଭୋଟ ଦେଇଛନ୍ତି । 

 ସୂଚନାନୁଯାୟୀ, ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାରର ସୁବିଧା ନଥିବା କାରଣରୁ ଲୋକମାନଙ୍କୁ ଉଠାଇ କେନ୍ଦ୍ର ଭିତରକୁ ଟେକି ନିଆ ଯାଉଛି । ସମ୍ପୂର୍ଣ୍ଣ ରାଜ୍ୟରେ ମତଦାନ ଚାଲିଥିବା ସମୟରେ ଜୟସାଲେମରର ତିନୋଟି ସ୍ଥାନରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।

Subscribe

National International State Sports Entertainment