Home >
ଆରଏସଏସ କାର୍ଯ୍ୟକ୍ରମରେ ମମତା-ମାୟାବତୀ-ନବୀନଙ୍କୁ ନିମନ୍ତ୍ରଣ, ରାହୁଲଙ୍କ ଉପରେ ସସପେନ୍ସ
Khabar Odisha:rss-invitation-mamata-banerjee-mayawati-rahul-gandhi-akhilesh-yadav
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ଦିଲ୍ଲୀର ବିଜ୍ଞାନ ଭବନରେ ସେପ୍ଟେମ୍ବର ୧୭ରୁ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(ଆରଏସଏସ)ର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି କାର‌୍ୟ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମନ୍ତ୍ରଣ ଦିଆଯିବା ଖବର ଶୁଣିବାକୁ ମିଳିଥିଲା।  ମାତ୍ର ଏ ପର୍ଯ୍ୟନ୍ତ ରାହୁଲଙ୍କୁ ଏମିତି କୌଣସି ଆମନ୍ତ୍ରଣ ଦିଆଯାଇ ନାହିଁ। କୁହାଯାଉଛି ଯେ ସଂଘର ଯୋଜନା ଏହା ଯେ ରାହୁଲଙ୍କୁ ବ୍ୟକ୍ତିଗତ ଭାବେ କାର‌୍ୟ୍ୟକ୍ରମକୁ ଆମନ୍ତ୍ରିତ କରାଯାଉ।

ସୂଚନା ମୁତାବକ ସଂଘର କଠୋର ଆଲୋଚକ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ ବିଜୟ ସିଂହଙ୍କୁ ଆରଏସଏସ ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛି। ଦିଗବିଜୟଙ୍କ ବ୍ୟତୀତ ଅନେକ ଆଚମ୍ବିତ କରିବା ଭଳି ବ୍ୟକ୍ତିତ୍ଵଙ୍କୁ ମଧ୍ୟ ସଂଘ ପକ୍ଷରୁ ଆମନ୍ତ୍ରିତ କରାଯାଇଛି। 

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କ ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି। ଏହି ପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମନ୍ତ୍ରିତ କରାଯାଇଛି। ଆରଏସଏସ ଏଆଇଡିଏମକେ, ଡିଏମକେ ଓ ଟିଡିପି ସମେତ ଦେଶର ୪୦ ରାଜନୈତିକ ଦଳର ମୁଖ୍ୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି। 

କୁହାଯାଉଛି ଯେ ଅନେକ ମୁସଲିମ ଧର୍ମଗୁରୁଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି। ମାତ୍ର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଯେ ପର୍ଯ୍ୟନ୍ତ ଆରଏସଏସର ବିଚାରଧାରା ଓ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଛି ସେ ପର୍ଯ୍ୟନ୍ତ ଆମେ ତାଙ୍କର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବୁ ନାହିଁ। 

  • Tags:

Subscribe

National International State Sports Entertainment