Home >
ସାଧାରଣ ବର୍ଗଙ୍କୁ ୧୦% ସଂରକ୍ଷଣ ବ୍ୟବସ୍ଥାରେ ବଢ଼ିବ ନ୍ୟୁ ଇଣ୍ଡିଆର ଆତ୍ମବିଶ୍ୱାସ: ମୋଦୀ
Khabar Odisha:Quota-for-general-category-poor-will-boost-confidence-of-new-India-Modi

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାଧାରଣ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ଦ୍ୱାରା ନ୍ୟୁ ଇଣ୍ଡିଆର ଆତ୍ମବିଶ୍ୱାସ ବଢ଼ିବ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାଧିବେଶନରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାକୁ ଯାଇ ମୋଦୀ ଶନିବାର କହିଛନ୍ତି, ବର୍ତ୍ତମାନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ପୂର୍ବ ଭଳି ମଜବୁତ ରହିବ । ବିରୋଧୀ ଦଳକୁ ଟାର୍ଗେଟ କରି ମୋଦୀ କହିଛନ୍ତି, ଭ୍ରମ ସୃଷ୍ଟି କରି ସମାଜରେ କିଛି ଲୋକ ଅସନ୍ତୋଷ ସୃଷ୍ଟି କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କର୍ମକର୍ତ୍ତାଙ୍କୁ କହିଛନ୍ତି ସାଧାରଣ ବର୍ଗଙ୍କୁ ସଂରକ୍ଷଣ ବିରୋଧରେ ବିରୋଧୀମାନେ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବାକୁ ପଡ଼ିବ । 

ବିରୋଧୀ ଦଳ ପକ୍ଷରୁ କୋଟା ଯୋଗୁଁ ଏସସି ଏବଂ ଏସଟି ସଂରକ୍ଷଣ ଉପରେ ବିପରିତ ପ୍ରଭାବ ପଡୁଥିବା ଅଭିଯୋଗ ଉପରେ ଜବାବ ଦେଇ ମୋଦୀ ଏହା କହିଛନ୍ତି । ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ କୋଟାରେ ସେମାନଙ୍କୁ ଠାରୁ କୌଣସି ହ୍ରାସ କରା ନଯାଇ ଏହି ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ସେ କହିଛନ୍ତି, ଏଥିରେ ନ୍ୟୁ ଇଣ୍ଡିଆର ଆତ୍ମବିଶ୍ୱାସ ବଢ଼ିବ । ସାଧାରଣ ବର୍ଗର ଗରିବ ଯୁବପୀଢ଼ୀଙ୍କ ଆଶା ସଂଚାର ହେବ, ଯାହାକି ସେମାନେ ପୂର୍ବରୁ ଏହି ସୁଯୋଗ ପାଇ ପାରୁ ନଥିଲେ । 

ମୋଦୀ କହିଛନ୍ତି, ସାଧାରଣ ବର୍ଗର ଗରିବଙ୍କୁ ଅବହେଳା କରାଯାଇ ପାରିବ ନାହିଁ । ଶିକ୍ଷା ପ୍ରତିଷ୍ଠାନରେ ସିଟ ସଂଖ୍ୟା ୧୦ ପ୍ରତିଶତ ବଢ଼ିବ । ସେ କହିଛନ୍ତି ଏହା ଏମିତି ଏଇଥି ପାଇଁ କରାଯାଇଛି ଯେ, କୋଟା ଯୋଗୁଁ ଲୋକଙ୍କୁ ମିଳୁଥିବା ସୁଯୋଗ ପ୍ରଭାବିତ ନହେଉ । ଏହାରି ଭିତରେ ରାଷ୍ଟ୍ରପତି ରାମନାଥ ଆର୍ଥିକ ରୂପରେ ଅନଗ୍ରସର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଶନିବାର ମଂଜୁରୀ ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment