Home >
ଚିଟଫଣ୍ଡ ଦୁର୍ନୀତିର ତଦନ୍ତରେ ବିଳମ୍ବକୁ ବରୋଧ କରିବାରୁ ୫୯ କଂଗ୍ରେସ କର୍ମୀ ଗିରଫ
Khabar Odisha:Politics-congress-Congress-workers-arrested-for-protesting-against-delay-in-action-on-chit-fund-scam

କୋଲକାତା, ଫେବୃୟାରୀ ୧୨ (ଖବର ଓଡ଼ିଶା): ଚିଟଫଣ୍ଡ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ କୋଲକାତାରେ କଂଗ୍ରେସ କର୍ମୀମାନେ ସୋମବାର ବିରୋଧ ପ୍ରଦର୍ଶନ କରିଛନ୍ତି । ମେଟ୍ରୋ ଚେନାଲ ସମ୍ମୁଖରେ ହୋଇଥିବା ଏହି ବରୋଧ ପ୍ରଦର୍ଶନ ନେଇ ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ବରୋଧୀ ଦଳର ନେତା ଅବଦୁଲ ମନ୍ନାନଙ୍କ ସମେତ ୫୯ କର୍ମୀଙ୍କୁ ଗିରଫ କରିଛି । ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁଠାରେ ଧାରଣା ଦେଇଥିଲେ, ସେହି ସ୍ଥାନରେ ହିଁ କଂଗ୍ରେସ କର୍ମୀମାନେ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । 

ଗରିଫ ପରେ କଂଗ୍ରେସ କର୍ମୀମାନଙ୍କୁ ମୁଖ୍ୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଏହା ପରେ ବ୍ୟକ୍ତିଗତ ଭାବରେ ଜାମିନ ମିଳିଥିଲା । ପୋଲିସ କହିଛି ଯେ, କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ମେଟ୍ରୋ ଚେନାଲ ଉପରେ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇ ନଥିଲା । ଏହା ପରେ ବି ସେମାନେ ଏଠାରେ ପ୍ରଦର୍ଶନ କରିଥିଲେ । ପୋଲିସ ଏମାନଙ୍କୁ ସେଠାରୁ ବାହାର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା । 

 

  • Tags:

Subscribe

National International State Sports Entertainment