Home >
ଛତିଶଗଡରେ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ଥିବା ସବୁ ଯୋଜନା ହେଲା ଇନ୍ଦିରା ଓ ରାଜୀବଙ୍କ ନାମରେ
Khabar Odisha:Politics-Odisha-congress-CM-baghel-changing-name-of-scheme-started-in-chhatisgarh
ରାୟପୁର, ଫେବୃଆରୀ ୧୨(ଖବର ଓଡ଼ିଶା):

 ଦୀର୍ଘ ୧୫  ବର୍ଷ ପରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଠନ କରିବାରେ ସଫଳ ହୋଇଛି। ଏହି ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ କ୍ଷମତାକୁ ଆସିଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନେତୃତ୍ଵାଧୀନ ସରକାର ଏବେ ପୂର୍ବ ଯୋଜନାର ନାମ ପରିବର୍ତ୍ତନ କରିବାର ଖେଳ ଆରମ୍ଭ କରି ଦେଇଛନ୍ତି। ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ଥିବା ସମସ୍ତ ଯୋଜନାର ନାମ ଏବେ ବଦଳାଯାଇ ଇନ୍ଦିରା ପ୍ରିୟଦର୍ଶୀନି ଓ ରାଜୀବ ଗାନ୍ଧୀ କରି ଦିଆଯାଇଛି।

ରାଜ୍ୟ ସରକାର ପାଞ୍ଚଟି ଯୋଜନାର ନାମ ପରିବର୍ତ୍ତନ ତାଲିକା ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ପଠାଇଛି। ଖୁବ୍ ଶୀଘ୍ର ଏହି ସବୁ ଯୋଜନା  କଂଗ୍ରେସ ସରକାରଙ୍କ ଯୋଜନାରେ ପରିଣତ ହୋଇଯିବ। କଂଗ୍ରେସ ମୁଖ୍ୟମନ୍ତ୍ରୀ ବଘେଲ ବୋଧହୁଏ କଂଗ୍ରେସ ପ୍ରତି ନିଜର ଭକ୍ତି ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି କିମ୍ବା ପଦବୀ ପାଇବାର ମୂଲ୍ୟ ଭରଣା କରିବାକୁ ପ୍ରୟାସ କରୁଛନ୍ତି।

କଂଗ୍ରେସ  ଯୋଜନାର ନାମ ପରିବର୍ତ୍ତନ କରି ଦେଶରେ ଏହା ସାବ୍ୟସ୍ତ କରିବାକୁ ଉଦ୍ୟମ କରି ଆସିଛି ଯେ ଦେଶରେ ମହାପୁରୁଷ କେବଳ ଗୋଟିଏ ପରିବାରରୁ ଜନ୍ମ ନିଅନ୍ତି। ଏହାର ପ୍ରମାଣ ସ୍ଵାଧୀନତା ପରେ କଂଗ୍ରେସ ଶାସିତ ସରକାର ଦେଇ ଆସିଛି। 

  • Tags:

Subscribe

National International State Sports Entertainment