Home >
ହାତୀ-ସାଇକେଲ ଛାଡ଼ିଲେ ହାତ, ଏବେ ବି ସାମିଲ ହେବାକୁ ଆଶା ବାନ୍ଧି ବସିଛି କଂଗ୍ରେସ
Khabar Odisha:Politics-Odisha-Congress-hope-full-make-place-in-mahagathbandhan
ନୂଆଦିଲ୍ଲୀ,ଜାନୁଆରୀ୧୨(ଖବର ଓଡ଼ିଶା):

ୟୁପିରେ ଲୋକସଭା ନିର୍ବାଚନ ପାଇଁ  ଏସପି ଓ  ବିଏସପି ନିଜର ମେଣ୍ଟରେ କଂଗ୍ରେସକୁ ଅବଶ୍ୟ ଜାଗା ଦେଇ ନାହାନ୍ତି ମାତ୍ର ରାଷ୍ଟ୍ରୀୟ ଦଳ  ଏବେ ବି ମେଣ୍ଟରେ ସାମିଲ ହେବା ଆଶା ନେଇ ବସିଛି। କଂଗ୍ରେସ କ୍ରମାଗତ ଏହା କହି ଆସୁଥିଲା ଯେ ଦଳ ଉତ୍ତର ପ୍ରଦେଶରେ  ମହାମେଣ୍ଟ ପକ୍ଷରେ ଅଛନ୍ତି। ମାୟାବତୀ ଓ ଅଖିଳେଶ ମେଣ୍ଟ କଲେ ମାତ୍ର ଏଥିରୁ କଂଗ୍ରେସ ଓ ଆରଏଲଡିକୁ  ଦୂରେଇ ରଖିଲେ। ମାତ୍ର ଆଲୋଚ୍ୟର ବିଷୟ ଏହା ଯେ ଏହି ଦୁଇ ଦଳ ଏବେ ମଧ୍ୟ ଏସପି ଓ ବିଏସପି ସହ ମେଣ୍ଟରେ ସାମିଲ ହେବାକୁ ଆଶା ବାନ୍ଧି ବସିଛନ୍ତି।

କଂଗ୍ରେସ ନେତା ପି.ଚିଦାମ୍ବରମ ଏବେ ମଧ୍ୟ ମହାମେଣ୍ଟର ଗାଡିରେ କଂଗ୍ରେସ ବସିବାର ଆଶା କରି କହିଛନ୍ତି ଯେ ମେଣ୍ଟ ଏତିକିରେ ଶେଷ ହୋଇ ନାହିଁ। ନିର୍ବାଚନ ଆହୁରି ନିକଟତର ହେବା ମାତ୍ରେ ଏହା ଉପରେ ପୁର୍ନବିଚାର ହୋଇପାରେ। ଉତ୍ତର ପ୍ରଦେଶରେ ଏକ ବଡ଼ ମେଣ୍ଟ ହେବ। ଯଦି ଆବଶ୍ୟକ ପଡ଼େ ତେବେ ଦଳ ନିଜ ଦମରେ ଉତ୍ତର ପ୍ରଦେଶରେ  ନିର୍ବାଚନ ଲଢିବ। 

କେବଳ ଏତିକି ନୁହେଁ ଗତ ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତି ପାରିନଥିବା ଆରଏଲଡି ମଧ୍ୟ ମେଣ୍ଟରେ ଜାଗା ନପାଇବା ନେଇ ନିରାଶ ରହିଛି, ମାତ୍ର ଆଶା ପରିହାର କରିନାହିଁ। ଆରଏଲଡିର ବରିଷ୍ଠ ନେତା ମସୁଦ ଅହମ୍ମଦ କହିଛନ୍ତି ଯେ ଆରଏଲଡି ଏବେ ମଧ୍ୟ ମହାମେଣ୍ଟର ଅଂଶ। ଆମର ନେତା ଜୟନ୍ତ ଚୌଧୁରୀ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହିତ ସାକ୍ଷାତ କରିଥିଲେ। 

ନୂତନ ରଣନୀତି ପ୍ରସ୍ତୁତ କରିବାକୁ ବିବଶ କଂଗ୍ରେସ

ମେଣ୍ଟରେ ସାମିଲ ନହେବା ପରେ ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସ ନେତା ତଥା ଉତ୍ତର  ପ୍ରଦେଶ ପ୍ରଭାରୀ ଗୁଲାମ ନବି ଆଜାଦ  ଓ ଅନ୍ୟ ବରିଷ୍ଠ ପଦାଧିକାରୀ ରବିବାର  ଲକ୍ଷ୍ନୌ ପହଞ୍ଚୁଛନ୍ତି। ଏସପି-ବିଏସିର ଏହି ମେଣ୍ଟ ପରେ ଏବେ ଉତ୍ତର ପ୍ରଦେଶରେ କଂଗ୍ରେସ ଏକାକୀ ପଡ଼ି ଯାଇଛି। ପ୍ରଦେଶ କଂଗ୍ରେସ ମୁଖପାତ୍ର ଅଂଶୁ ଅବସ୍ତି କହିଛନ୍ତି ଯେ, ଗୁଲାମ ନବି ଆଜାଦ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜ ବବ୍ବର ଓ ଅନ୍ୟ ବରିଷ୍ଠ ନେତା ରବିବାର ଲକ୍ଷ୍ନୌରେ ହେବାକୁ ଥିବା ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ। 

Subscribe

National International State Sports Entertainment