Home >
୧୫ରେ ମୋଦୀଙ୍କ ବଲାଙ୍ଗୀର ଗସ୍ତ, ଓଡ଼ିଶାକୁ ଦେବେ ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉପହାର
Khabar Odisha:Politics-odisha-Prime-minister-Narendra-Modi-Bolangir-Visit
ଭୁବନେଶ୍ଵର ,ଜାନୁଆରୀ ୧୧(ଖବର ଓଡ଼ିଶା):

୨୦୧୯ ଲୋକସଭାକୁ ଆଉ କେଇ ମାସ ବାକି ରହିଲା। ଏହି ପରିପ୍ରେକ୍ଷୀରେ ଜାତୀୟ ଦଳଠୁ ନେଇ ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର କରିଛନ୍ତି। ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ବିଜେପିର ଫୋକସରେ ଏବେ ଓଡ଼ିଶା ରହିଛି। ମିଶନ ୧୨୦କୁ ଦୃଷ୍ଟିରେ ରଖି କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଡିସେମ୍ବର ୨୪ରେ ଖୋର୍ଦ୍ଧା ଏବଂ ଜାନୁଆରୀ ୫ରେ ବାରିପଦା ଗସ୍ତ ପରେ ଆଗାମୀ ୧୫ରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହାକୁ ନେଇ ଆଜି କାର୍ୟ୍ୟ ସୂଚୀ ଜାରି କରାଯାଇଛି। ଗସ୍ତକାଳରେ ମୋଦୀ ୧୫୫୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଅନ୍ୟ ପଟେ ଏବେ ଦେଖିବା ବାକି ରହିଲା ଯେ ବାରିପଦାରେ ବିଜେଡି ପ୍ରତି ନରମ ରହିଥିବା ମୋଦୀ ବଲାଙ୍ଗୀରରେ  ବିଜେଡି ପ୍ରତି କୋଠର ହେଉଛନ୍ତି ନା ନାହିଁ। 

ଏହି ପ୍ରକଳ୍ପର ହେବ ଶିଳାନ୍ୟାସ୍ ଓ ଉଦଘାଟନ

ଗସ୍ତ ସମୟରେ ମୋଦୀ ୧୫୫୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।  ଏଥିରେ  ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଚଳାଚଳ ସାମିଲ। ବଲାଙ୍ଗିର ଓ ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ କରିବେ। ଏହିପରି ସୋନପୁରଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ। ଏହା ବ୍ୟତୀତ ୬ଟି ଜିଲ୍ଲାର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିବାର କାର୍ୟ୍ୟ କ୍ରମ ରହିଛି।  ପ୍ରେସମିଟରେ ରେଳ, ଡାକ, ମାନବ ସମ୍ବଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମର ସମୟ

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସିବେ । ସକାଳ ୯ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ ମୋଦୀ । ସେଠାରୁ ହେଲିକେପ୍ଟର ଯୋଗେ ବଲାଙ୍ଗୀର ଯିବେ। ବଲାଙ୍ଗୀରରେ ପହଂଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିରିପ୍ରସ୍ତର ସ୍ଥାପନ କରିବେ ମୋଦୀ । ଏହା ପରେ ୧୧ଟା ୪୫ ମିନିଟରେ ପଥରଚେପା ପଡ଼ିଆରେ ଆୟାଜିତ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦୀ । ସେଠାରୁ ସେ ଝାରସୁଗୁଡ଼ା ଯାଇ ଅପରାହ୍ନ ୧ଟା ୪୫ ମିନିଟରେ କେରଳ ଯିବା କାର୍ଯ୍ୟକକ୍ରମ କ୍ରମ ରହିଛି।  

ଉଲ୍ଲେଖଯୋଗ୍ୟ, ମୋଦୀ ଡିସେମ୍ବର ୨୪ରେ ଖୋର୍ଦ୍ଧା ଗସ୍ତ କରିବା ସହିତ ଭୁବନେଶ୍ଵର ଏମ୍ସରେ ବିଭିନ୍ନ କାର୍ୟ୍ୟେକ୍ରମର ଲୋକାର୍ପଣ କରିବା ସହିତ ଶିଳାନ୍ୟାସ କରିଥିଲେ। ଖୋର୍ଦ୍ଧାର ବରୁଣେଇ ପାଦ ଦେଶରେ ଆୟୋଜିତ ଜନସଭାରେ ସେ ବୁଲେଇ ବଙ୍କେଇ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର ଏହା ପରେ  ଜାନୁଆରୀ ୫ରେ ମୋଦୀ ବାରିପଦା ଗସ୍ତ କରି ନୂତନ ବର୍ଷରେ ଓଡ଼ିଶାକୁ ୪୫୦୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଥିଲେ। ମାତ୍ର ବାରିପଦାରେ ସେ ବିଜେଡି ପ୍ରତି ନମର ମନୋଭାବ ପୋଷଣ କରି କଂଗ୍ରେସ ଉପରେ ବର୍ଷିଥିଲେ। ଏବେ ଦେଖିବା ବାକି ରହିଲା ଯେ ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିବେ ନା ପୁଣି ଥରେ ନରମ ରହିବେ।

Subscribe

National International State Sports Entertainment