Home >
କାର୍ଯ୍ୟକର୍ତ୍ତାଙ୍କୁ ଶାହଙ୍କ ଗୁରୁମନ୍ତ୍ର, ଗଣତି ସରିବା ଯାଏ ବିଶ୍ରାମ ନାମକ ଶବ୍ଦକୁ ଭୁଲି ଯାଅ
Khabar Odisha:Politics-BJP-Odisha
ନୂଆଦିଲ୍ଲୀ ,ଜାନୁଆରୀ୧୧(ଖବର ଓଡ଼ିଶା):

 ବିଜେପିର ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ନିଜ ସରକାରଙ୍କ ଉପଲବ୍ଧି ସଭିଙ୍କ ସାମ୍ନାରେ ରଖିବା ସହିତ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ଦିଲ୍ଲୀ ଜାତୀୟ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଶାହ ବିଜେପି କର୍ମୀଙ୍କୁ ବିଶ୍ରାମ ନେବା ଭୁଲିଯିବାକୁ  କହିଛନ୍ତି। ବିକାଶକୁ ଆଗେଇ ନେବାକୁ ମୋଦୀ ଅହରହ ପରିଶ୍ରମ କରୁଛନ୍ତି। କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସେହି ଭଳି ପରିଶ୍ରମ କରିବାକୁ ପଡିବ। 2019 ନିର୍ବାଚନରେ ଏନଡିସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ। ଏଥପାଇଁ ତୃଣମୂଳସ୍ତରରେ କର୍ମୀ ଲାଗି ପଡିବା ଉଚିତ୍। ଆଜିଠାରୁ ଭୋଟ୍ ଗଣତି ସରିବା ପର୍ଯ୍ୟନ୍ତ ପ୍ରଚୁର ପରିଶ୍ରମ କର। ଗଣତି ସରିବା ଯାଏ ବିଶ୍ରାମ ନାମକ ଶବ୍ଦକୁ ଭୁଲି ଯାଅ ବୋଲି କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ଶାହ। 

ସେ କହିଛନ୍ତି ଯେ  ୨୦୧୯ର ନିର୍ବାଚନ ଏକ ପ୍ରକାର ବୈଚାରିକ ଲଢେଇ। ଏହା ଦୁଇ ବିଚାରଧାରା ମଧ୍ୟରେ ଲଢେଇ। ୨୦୧୯ର ଲଢେଇ ଦଶନ୍ଧି ପର୍ଯ୍ୟନ୍ତ  ପ୍ରଭାବ ପକାଇବ ଏବଂ ଏଥିପାଇଁ ଏନଡିଏର ୩୫  ଦଳ ମୋଦୀଙ୍କ ନେତୃତ୍ଵରେ ଏକଜୁଟ୍ ଅଛନ୍ତି। କଂଗ୍ରେସ ଓ ବିରୋଧୀଙ୍କୁ ଟାର୍ଗେଟ୍ କରି ଶାହ କହିଛନ୍ତି ଯେ  ନା ବିରୋଧୀ ପାଖରେ ନେତା ଅଛି ନା ନୀତି ଅଛି। କଂଗ୍ରେସ ରାମ ମନ୍ଦିର ନିର୍ମାଣରେ କଣ୍ଟା ସାଜିଥିବା କହିଛନ୍ତି ଶାହ।  ତେଣୁ ମୋଦୀ ଯେମିତି ଦିନ ରାତି କାମ କରୁଛନ୍ତି କାର୍ଯ୍ୟକର୍ତ୍ତାଙ୍କୁ ସେମିତି  ପରିଶ୍ରମ କରିବାକୁ ପଡିବ।

ରାମ ମନ୍ଦିର ସେହି ସ୍ଥାନରେ ହେବ

ଦଶନ୍ଧି ଧରି ଚର୍ଚ୍ଚାର ବିଷୟ ପାଲଟିଥିବା ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗ ଉପରେ ମଧ୍ୟ ଶାହ କହିଛନ୍ତି ଯେ ବିଜେପି ଚାହୁଁଛି ଯେ  ଶୀଘ୍ର ସେହି ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେଉ, ଏଥିରେ କାହାରି କୌଣସି ଦ୍ଵିଧା ନାହିଁ। ମାତ୍ର କଂଗ୍ରେସ ଏଥିରେ ବାଟ ଓଗାଳୁଛି।  ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଆମେ ପ୍ରୟାସ କରୁଛି ଯେ ଯେମିତି ଶୀଘ୍ର ଏହି କେସର ସମାଧାନ ହୋଇ ପାରିବ। ଆମେ କହୁଛୁ ଯେ  ସାମ୍ବିଧାନିକ ପଦ୍ଧତିରେ ମାମଲାର ସମାଧାନ ହେଉ ମାତ୍ର କଂଗ୍ରେସ ଏଥିରେ ବାଧା ଦେଉଛି।  ଶାହ କହିଛନ୍ତି ଯେ ବିଜେପି କାର୍ଯ୍ୟକର୍ତ୍ତା ଆଶ୍ଵସ୍ତ ରୁହନ୍ତୁ, ଆମେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିବଦ୍ଧ। 

Subscribe

National International State Sports Entertainment