Home >
ମାହାଙ୍ଗାରୁ ଲଢିବେ କି ବୈଜୟନ୍ତ?
Khabar Odisha:Political-Comment-od-Baijayanta-Panda
ଭୁବନେଶ୍ୱର, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ସାଧାରଣ ନିର୍ବାଚନ ନେଇ ପ୍ରମୁଖ ରାଜନୀତି ଦଳ ମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳରେ ମିଶିବେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଂସଦ ପଦରୁ ଇସ୍ତଫା ଦେବାର ଦୀର୍ଘଦିନ ପରେ ବି ବୈଜୟନ୍ତ ଶଙ୍ଖ ଫୁଙ୍କିବେ, ନା ଗେରୁହା ରଙ୍ଗରେ ରଙ୍ଗିତ ହେବେ ନା କଂଗ୍ରେସ କିମ୍ବା ନିଜର ଏକ ଦଳ ଗଢିବେ ସେ ନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ। ଅବଶ୍ୟ ମଝିରେ ବିଜେପିରେ ମିଶିବା ନେଇ ବୈଜୟନ୍ତଙ୍କ ଚର୍ଚ୍ଚା ଯୋର ଧରିଥିଲା। ତେବେ ନିକଟରେ ସେ ନିଜ ରାଜନୈତିକ ଯୋଜନା ନେଇ ନିଷ୍ପତି ନେବେ ବୋଲି କହିଛନ୍ତି ବୈଜୟନ୍ତ । ହାଲୁକାରେ ନୁହଁ ଭାବିଚିନ୍ତି ନିଷ୍ପତି ନେବେ ବୋଲି ସିଧାସିଧା ଗଣମାଧ୍ୟମକୁ କହିଛନ୍ତି ଏହି ପୂର୍ବତନ ସାଂସଦ । ସେହିପରି ତାଙ୍କ ପ୍ରତିକ୍ରିୟାରୁ ସେ ମାହାଙ୍ଗାରୁ ଲଢିବା ନେଇ ସ୍ପଷ୍ଟ ବାରି ହୋଇପଡୁଛି। 

୨୦୧୯ କି ୨୦୨୪ ନୁହେଁ, ଦୀର୍ଘସୂତ୍ରୀ ନିଷ୍ପତି ନେବି ବୋଲି ନିଜ ରାଜନୈତିକ ଯୋଜନା ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୈଜୟନ୍ତ । ଯାହା କିଛି ନିଷ୍ପତି ନେବି, ହାଲକାରେ ନେବିନି । ନିକଟରେ ନିଷ୍ପତି ନେବି ଓ ଭାବିଚିନ୍ତି ନିଷ୍ପତି ନେବି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ନିଜେ ଆଞ୍ଚଳିକ ଦଳ ଗଠନ କରିବେ କି ପ୍ରଶ୍ନର ସେ ଉତ୍ତରରେ ସବୁ ପ୍ରକାର ବିକଳ୍ପକୁ ନଜରରେ ରଖି ନିଷ୍ପତି ନେବି ବୋଲି କହିଛନ୍ତି । 

ଏହାବ୍ୟତିତ ମାହାଙ୍ଗାରେ ପ୍ରାର୍ଥୀ ହେବେ କି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାଣିଟାଙ୍କି ଉଦଘାଟନ ବେଳେ ମୋତେ ଆକ୍ରମଣ ହୋଇଥିଲା  । ସେହି ସମୟରେ ମୋତେ ମାହାଙ୍ଗାବାସୀଙ୍କ ଆକୁଣ୍ଠ ସମର୍ଥନ ମିଳିଥିଲା । ମାହାଙ୍ଗା ପ୍ରତି ମୋର ସ୍ୱତନ୍ତ୍ର ଫିଲିଙ୍ଗସ୍ ଅଛି ବୋଲି ସେ କହିଛନ୍ତି । ତାଙ୍କର ଏହି ପ୍ରତିକ୍ରିୟା ମିଳିବା ପରେ ମହାଙ୍ଗାରୁ ବୈଜୟନ୍ତ ଲଢିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି।         

    

  • Tags:

Subscribe

National International State Sports Entertainment