Home >
ଭାରତୀୟ ଇ କମର୍ସ ବଜାରରେ ପ୍ରବେଶ କରିବ ଦୁବାଇର ଫିଜିକାର୍ଟ, ନିବେଶ କରିବ ଶହେ କୋଟି
Khabar Odisha:Phisicart-enter-in-to-indian-e-commerce-business
ନୂଆଦିଲ୍ଲୀ, ଜୁଲାଇ ୧୨(ଖବର ଓଡ଼ିଶା) :

 ବିଶ୍ୱରେ ୨୦ ହଜାରରୁ ଅଧିକ ଷ୍ଟୋର ଖୋଲିଥିବା ଫିଜିକାର୍ଟ ଭାରତୀୟ ଇ କମର୍ସ ବଜାରରେ ଶହେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଛି । ୨୦୧୬ରେ ଅନିଶ କେ ଜୟ ଏବଂ ଜଲି ଏଣ୍ଟୋନିଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଏହି ପ୍ରତ୍ୟକ୍ଷ ବିପଣନ ଓ ଇ କମର୍ସ କମ୍ପାନୀ ଭାରତ ମୁହାଁ ହେବା ଏକ ଶୁଭ ସୂଚକ ବୋଲି ଉଦ୍ୟୋଗ ଜଗତ ବିଶ୍ୱାସ କରୁଛି । ଚଳିତ ମାସ ଏହି କମ୍ପାନୀ କେରଳରେ ତାର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଏହି କମ୍ପାନୀ ଏବେ ୪୪ଟି ଜୁଏଲାରୀ ସୋରୁମ ପ୍ରତିଷ୍ଠା କରିଥିବା ଜଣାଯାଇଛି । ଫିଜିକାର୍ଟ ଡ଼ଟକମ୍ କମ୍ପାନୀ ଇଲୋକକ୍ରେଶନିକସ୍, କସମେଟିକ୍ସ, ଖାଦ୍ୟ ପାନୀୟ, ଡ଼୍ରେସ ମ୍ୟାଟେରିଆଲରୁ ଆରମ୍ଭ କରି ୫ ହଜାରରୁ ଅଧିକ ଉତ୍ପାଦ ମହଜୁଦ ରହିଛି । ଜଣେ ଗ୍ରାହକ କମ୍ପାନୀର ୱେବସାଇଟରୁ ଲଗଇନ କରି ସିଧା ସଳଖ ଭାବେ ଉତ୍ପାଦ ଗୁଡ଼ିକୁ ଅର୍ଡ଼ର ଦେଇପାରିବେ । 

  • Tags:

Subscribe

National International State Sports Entertainment