Home >
ନୋଟବନ୍ଦୀ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦଣ୍ଡ ଦେବା ପାଇଁ ଅପେକ୍ଷା କରିଛନ୍ତି ଜନତା : ଶିବସେନା
Khabar Odisha:People-Are-Waiting-To-Punish-PM-For-Announcing-Demonetisation-Shivsena
ନୂଆଦିଲ୍ଳୀ, ନଭେମ୍ବର ୮, (ଖବର ଓଡିଶା)

ଶିବସେନା ଗୁରୁବାର କହିଛି କି, ଜନତା ପ୍ରଧାନମନ୍ତ୍ରୀଙ୍କୁ ଦୁଇ ବର୍ଷ ପୂବେ ନୋଟବନ୍ଦୀର ଘୋଷଣା କରିବା ପାଇଁ ଦଣ୍ଡ ଦେବାକୁ ଅପେକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ନଭେମ୍ବର ଆଠ ୨୦୧୬ରେ ୧୦୦୦ ଓ ୫୦୦ ଟଙ୍କା ନୋଟକୁ ବନ୍ଦ କରିଦେଇଥିଲେ । ଶିବେସେନା କହିଛି କି ନୋଟବନ୍ଦୀ ସମ୍ପୂର୍ଣ୍ଣ ଭାବେ ଅସଫଳ ରହିଛି, କାରଣ ଏହା ଦ୍ୱାରା କୌଣସୀ ଲକ୍ଷ ପୂରଣ ହୋଇପାରି ନାହିଁ ।

 ଶିିବସେନା ପ୍ରବକ୍ତା ମନିଷା କାଏଣ୍ଡେ ଗୁରୁବାର କହିଛନ୍ତି କି, କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ବିମୁଦ୍ରାକରଣକୁ ନେଇ କହୁଛନ୍ତି କି, ଅଧିକ ଲୋକଙ୍କୁ ଋଣ ପରିସରରେ ଅଣାଯାଇଥିଲା । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କର ଏହି କାରଣରୁ ଚାକିରି ଚାଲିଯାଇଥିଲା, ସେ ଏହା ପଛରେ ଥିବା ତର୍କର ଉତର ଦେବାରେ ବିଫଳ ହୋଇଥିଲେ । 

ସେ କହିଛନ୍ତି କି, ଏପରି କୁହାଯାଇଥିଲା ଯେ, ଏହି ନୋଟବନ୍ଦୀରେ ଆତଙ୍କବାଦ ଶେଷ ହେବ ଓ ନକଲି ନୋଟର ସମସ୍ୟା ଶେଷ ହୋଇଯିବ । କିନ୍ତୁ ଏପରି କିଛି ହେଲା ନାହିଁ । ‘ଦୁଇ ବର୍ଷ ପରେ ସ୍ଥିତି ଏତେ ଖରାପ ହୋଇଛି କି, ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦଣ୍ଡ ଦେବାକୁ ଅପେକ୍ଷା କରିଛନ୍ତି ।  

କାଏଣ୍ଡେ ଦାବି କରିଛନ୍ତି କି, କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଓ ଆରବିଆଇ ଗଭର୍ଣ୍ଣରଙ୍କ ମଧ୍ୟରେ ମତାନ୍ତରରେ ଦେଶର ଆର୍ôଥକ ସ୍ଥିତି ଆହୁରି ଖରାପ ହେବ ଓ ବିଦେଶୀ ନିବେଶକ ଏଠାରେ ନିବେଶ କରିବା ନେଇ ଚିନ୍ତିତ ରହିବେ । 

Subscribe

National International State Sports Entertainment