Home >
ପଂଚାୟତର ଅଜବ ନିଷ୍ପତି , ଦୁର୍ଷ୍କମ ଅଭିଯୁକ୍ତକୁ କେବଳ ଚପଲ ମାରି ମାମଲାର ସମାଧାନ
Khabar Odisha:Panchayat-On-Rape-Case-In-Agra
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

ଆଗ୍ରାର ବରହନରେ ଦୁର୍ଷ୍କମ ମାମଲାରେ ପଂଚାୟତ ଏକ ଅଜବ ନିଷ୍ପତି ଶୁଣାଇଛି । ଏଠାରେ ଜଣେ ମହିଳାଙ୍କୁ ଦୁର୍ଷ୍କମ କରିବା ଅଭିଯୋଗରେ ଅଭିଯୁକ୍ତକୁ ପଂଚାୟତ କେବଳ ଚପଲରେ ମାରିବାର ଦଣ୍ଡ ଶୁଣାଇ ମାମଲାକୁ ରଫା ଦଫା କରିଦେଇଛନ୍ତି । ଏହି ଘଟଣାରେ ପୋଲିସ ତାଙ୍କ ପାଖରେ କିଛି ସୂଚନା ନାହିଁ ବୋଲି କହିଛି । 

ଆଗ୍ରାର ଏକ ଗାଁରେ ଜଣେ ମହିଳା ପଡୋଶୀ ଯୁବକ ଉପରେ ଦୁର୍ଷ୍କମ କରିଥିବାର ଅଭିଯୋଗ ଆଣିଥିଲେ । ଏହି ଘଟଣା ଜାଣିବା ପରେ ପୀଡିତାଙ୍କ ପରିବାର ଲୋକ ଅଭିଯୁକ୍ତର ଘରକୁ ଯାଇ ଅଭିଯୋଗ କରିଥିଲେ । ଏହି ଘଟଣାଟି ଗୋଟିଏ ସମ୍ପ୍ରଦାୟର ହୋଇଥିବା କାରଣରୁ ବୁଧବାର ଦିନ ମାମଲାର ସମାଧାନ କରିବାକୁ ଘରେ ପଂଚାୟତ ଡକାଯାଇଥିଲା । 

ପଂଚାୟତରେ ଅଭିଯୁକ୍ତକୁ ଚପଲରେ ମାରିବାର ଦଣ୍ଡ ଶୁଣାଇ ଥିଲା । ପଂଚାୟତ ଆଗରେ ଅଭିଯୁକ୍ତ ଯୁବକର ପତ୍ନୀ ହିଁ ଅଭଯୁକ୍ତକୁ ଚପଲରେ ପିଟିଥିଲା ଏହା ପରେ ପଂଚାୟତ ଦୁର୍ଷ୍କମ ମାମଲାର ସମାଧାନ ହୋଇଯାଇଥିଲା । ଥାନାରେ ଅଭିଯୋଗ କରାଯାଇନଥିଲା । 

ସେହିଭଳି ପତ୍ନୀଙ୍କ ଦ୍ୱାରା ଚପଲରେ ମାଡ ଖାଇଥିବା କାରଣରୁ କ୍ଷୁବ୍ଧ ହୋଇ ଯୁବକ ଟ୍ରେନ ତଳେ ଶୋଇ ଆତ୍ମହତ୍ୟା କରିବାର ଧମକ ଦେଇ ଘର ଛାତରୁ ଡେଇଁ ପଳାଇଥିଲା । ଏହି ଘଟଣାରେ ବରହନ  ଥାନାରେ ପଚରାଯିବାରୁ ପୋଲିସ ଏ ବିଷୟରେ କିଛି ଜାଣିନାହିଁ କି ଥାନାକୁ ଏଭଳି କିଛି ଅଭିଯୋଗ ଆସିନାହିଁ ବୋଲି କହିଛି । 

Subscribe

National International State Sports Entertainment