Home >
ଦାରିଦ୍ର‌୍ୟ ଦୂର କରିବା ପାଇଁ ପାକିସ୍ତାନ ‘ଆଇଏମ୍‌ଏଫ୍‌’କୁ ମାଗିଲା ୫୯ ହଜାର କୋଟି ଟଙ୍କା ଋଣ
Khabar Odisha:Pakistan-want-loan-from-IMF-to-fulfil-needs-know-here

ଇସଲାମାବାଦ, ଅକ୍ଟୋବର ୧୨ (ଖବର ଓଡ଼ିଶା): ଆର୍ଥିକ ଅନାଟନ ଯୋଗୁଁ ଦୟନୀୟ ସ୍ଥିତି ଦେଇ ସମୟ କାଟୁଥିବା ପାକିସ୍ତା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)କୁ ୮ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୫୯ ହଜାର କୋଟି ଟଙ୍କା ଋଣ ମାଗିଛି। ପାକିସ୍ତାନର ଖବରକାଗଜ ‘ଡନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇଏମ୍‌ଏଫ୍‌ ପାକିସ୍ତାନକୁ ଟଙ୍କା ଋଣ ଦେବା ପୂର୍ବରୁ କଡ଼ା ସର୍ତ୍ତ ରଖିପାରେ। ଅନ୍ୟପଖରେ ପାକିସ୍ତାନ ଯଦି ସର୍ତ୍ତ ପାଳନ କରିବ ତା’ହେଲେ ଅଧିକ ରାଶି ଋଣ ମାଗିପାରେ। ପାକିସ୍ତାନ ଋଣ ନେବା ପାଇଁ ସମୟ ଓ ସ୍ଥାନ ଖୋଜୁଛି। 

ପାକିସ୍ତାନ ବିଦେଶ ମନ୍ତ୍ରୀ ଅସଦ ଉମର ସୋମବାର ସ୍ପଷ୍ଟ କରିଥିଲେ ଯେ, ସରକାର ନିଜର ବିଦେଶ ମୁଦ୍ରା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଯାଉଛି। ଏହି ଘୋଷଣା ପରେ ପାକିସ୍ତାନର ସେୟାର ବଜାର ୧୩୦୦ ଅଙ୍କ ତଳକୁ ଖସିଯାଇଛି। ଏହା ଦ୍ୱାରା ୨୭୦ କୋଟି ଟଙ୍କା କ୍ଷତି ହୋଇଛି। ଏହା ବିଗତ ୧୦ ବର୍ଷରେ ଗୋଟିଏ ଦିନରେ ସର୍ବାଧିକ କ୍ଷତି ବୋଲି କୁହାଯାଉଛି। 

ଆଇଏମ୍‌ଏଫ୍‌ କହିଛି, ଆର୍ଥିକ ସମର୍ଥନ ପାଇଁ ପାକିସ୍ତାନ ଅନୁରୋଧକୁ ବହୁ ସାବଧାନତାପୂର୍ବକ ଶୁଣିବ, ଯେଭଳି କୌଣସି ସଦସ୍ୟଙ୍କ ସହିତ ଭଲଭାବରେ ସ୍ଥିତି ପରଖିଥାଏ। ପାକିସ୍ତାନ ଏହା ପୂର୍ବରୁ ଆଇଏମ୍‌ଏଫ୍‌ ଠାରୁ ଏକାଧିକ ପ୍ୟାକେଜ ନେଇଛି। 

ପାକିସ୍ତାନ ୨୦୧୬ରେ ୬.୪ ମିଲିୟନ ଆମେରିକୀୟ ଡଲାର ୩ ବର୍ଷର ପ୍ୟାକେଜ ନେଇଛି, ଯାହାକି ଆଇଏମ୍‌ଏଫ୍‌ରେ ପାକିସ୍ତାନ କୋଟାର ୨୧୬ ପ୍ରତିଶତ ଅଟେ। ଏହାରି ଭିତରେ ସରକାରଙ୍କ ଆଇଏମ୍‌ଏଫ୍‌ଙ୍କୁ ଟଙ୍କା ମାଗିବା ନେଇ ଜୋରଦାର ଆଲୋଚନା ହେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ପୂର୍ବବର୍ତ୍ତୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଋଣ ଯୋଗୁଁ ବର୍ତ୍ତମାନ ଦେଶର ଆର୍ଥିକ ଅବସ୍ଥା ଦୟନୀୟ ହୋଇଛି। ଆମ ସରକାର ଆର୍ଥିକ ବିକାଶ ଦିଗରେ ସଂଶୋଧନ ଆଣିବ ବୋଲି ଇମ୍ରାନ କହିଛନ୍ତି। 

  • Tags:

Subscribe

National International State Sports Entertainment