Home >
ବୈଜ୍ଞାନିକଙ୍କ ଦାବି: ଇଲେକଟ୍ରିକ କାର ଥରଟିଏ ଚାର୍ଜ କଲେ ଗଡ଼ିବ ୮୦୦ କିଲୋମିଟର
Khabar Odisha:One-time-charge-of-battery-can-car-move-800-km

ୱାସିଙ୍ଗଟନ, ଜାନୁଆରୀ ୧୨ (ଖବର ଓଡ଼ିଶା): ବାୟୁ ପ୍ରଦୂଷଣ ବଢ଼ିବା ଏବଂ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଇଲେକଟ୍ରିକ କାରକୁ ଅଧିକ ଧ୍ୟାନ ଦେଉଛନ୍ତି । ଅଟୋ ଏକ୍ସପୋ-୨୦୧୮ରେ ଏହା ଦେଖାଯାଇଛି । ମେଳାରେ ବାଇକ, ଇଲେକଟ୍ରିକ କାର ବ୍ୟତୀତ ବିଦ୍ୟୁତରେ ପରିଚାଳିତ ହେଉଥିବା ବସ ମଧ୍ୟ ଉପସ୍ଥାପନ କରାଯାଇଥିଲା । ମାତ୍ର ବିଦ୍ୟୁତ ପରିଚାଳିତ ବାହାନ ବେଳେ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ଆସିଥାଏ । କାରଣ ବ୍ୟାଟେରୀରୁ ଚାର୍ଜ ଶେଷ ହୋଇଗରେ ଗାଡ଼ି ମାଲିକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଗତ ଦିନରେ ହୁଣ୍ଡାଇର ଇକେକଟ୍ରିକ କାର କୋନା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ଆସିଥିଲା ଯେ, ଏହି କାରକୁ ଥରଟିଏ ଚାର୍ଜ କଲେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ । କୋନାର ଏହି ଖବର ପାଠକଙ୍କ ଦ୍ୱାରା ଭଲ ପ୍ରତିକ୍ରିୟା ମିଳିଥିଲା । 

ଇଲେକଟ୍ରିକ ବାହନ ଥର ଟିଏ ଚାର୍ଜ କରିବା ପରେ ବହୁଦୂର ପର୍ଯ୍ୟନ୍ତ ଚାଲୁ ନଥିବା ସମସ୍ୟାକୁ ବୈଜ୍ଞାନିକମାନେ ସମାଧାନ କରିଥିବା ଦାବି କରୁଛନ୍ତି । ବୈଜ୍ଞାନିକମାନେ ଏଭଳି ଏକ ବ୍ୟାଟେରୀ ପ୍ରସ୍ତୁତ କରୁଛନ୍ତି, ଯାହାକି ଗୋଟିଏ ଥର ଚାର୍ଜ କଲେ କାର ୮୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ।

ଆମେରିକାର ଇଲିନୋଇସ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଲିଥିୟମ-ଏୟାର ବ୍ୟାଟେରୀ ବର୍ତ୍ତମାନ ବ୍ୟବହୃତ ହେଉଥିବା ଲିଥିୟମ-ଆୟନ ବ୍ୟାଟେରୀ ତୁଳନାରେ ୧୦ ଗୁଣରୁ ଅଧିକ ଶକ୍ତି ସଂରକ୍ଷଣ କରିପାରିବ । ମାତ୍ର ଏହାକୁ ବିକାଶିତ କରିବା ପାଇଁ ପ୍ରାଥମିକ ପ୍ରକ୍ରିିୟା ଚାଲିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଲିଥିୟମ ଏୟାର ବ୍ୟାଟେରୀ ପ୍ରଭାବଶାଳୀ ଅଟେ । 

 

  • Tags:

Subscribe

National International State Sports Entertainment