Home >
ଚଳିତ ବର୍ଷ ରାଜ୍ୟର ୧୮ ଖଣି ନିଲାମ ହେବ: କେନ୍ଦ୍ର ଖଣି ସଚିବ
Khabar Odisha:Union-Secretary-of-mines-Anil-g-Mukim-Said-About-Odisha
ଭୁବନେଶ୍ୱର, ୧୦ ଅଗଷ୍ଟ (ଖବର ଓଡ଼ିଶା):

ଚଳିତ ବର୍ଷ ରାଜ୍ୟର ୧୭ରୁ ୧୮ଟି ଖଣିର ନିଲାମ ହେବ । ଓଡିଶାର ଡିଏମଏଫ୍ ପାଣ୍ଠିରେ ୫ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଜମା ରହିଛି ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଖଣି ସଚିବ ଅନୀଲ ଜି ମୁକିମ୍ ପ୍ରକାଶ କରିଛନ୍ତି ।

ଶୁକ୍ରବାର ଦିନ ସଚିବାଳୟ ଠାରେ ଶ୍ରୀ ମୁକିମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଖଣିର ଉତୋଳନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବୈଠକ ପରେ ଶ୍ରୀ ମୁକିମ୍ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଓଡିଶା ଖଣିର ରାଜଧାନୀ । ସବୁ ପ୍ରକାର ଖଣି ଏଠାରେ ରହିଛି । ଡିଏମଏଫ୍ ଅର୍ଥ ବିନିଯୋଗ ପାଇଁ ନୂଆ ନୂଆ ପ୍ରସ୍ତାବ ରଖାଯାଇଛି । ନାଲକୋ ପ୍ରଥମ ତ୍ରୟୋମାସରେ ୬୦୦ କୋଟି ଟଙ୍କା ଲାଭ କରିଛି । ଓଡିଶାର ଖଣି ଉତୋଳନ ବୃଦ୍ଧି ପାଇବାକୁ ସେ ପ୍ରଶଂସା କରିଥିଲେ ।

  • Tags:

Subscribe

National International State Sports Entertainment