Home >
ଶ୍ରୀକାନ୍ତଙ୍କ ଖଣିମାଫିଆ ପଦ୍ମତୋଳାରେ ପଟ୍ଟନାୟକ ଥରହର ! ଶ୍ରୀକାନ୍ତଙ୍କୁ ବହିଷ୍କାର କରିବା ପାଇଁ ରାତି ଅଧିଆ ବୈଠକ
Khabar Odisha:Odisha-Politics-Odisha-Congress-Conflict
ଭୁବନେଶ୍ୱର, ୦୭ ଡିସେମ୍ବର (ଖବର ଓଡ଼ିଶା):

ଖଣିମାଫିଆ ଓଡିଶାକୁ ଲୁଟିଛନ୍ତି  । ଦୁଇ ପଟ୍ଟନାୟକ ପରିବାର ପାଇଁ ଆଜି ଓଡିଶା ଗରିବ  । ଏପରି ପଦ୍ମତୋଳା ବୋଲି କଂଗ୍ରେସରେ ବିସ୍ପୋରଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା  । ଶ୍ରୀକାନ୍ତଙ୍କ ମୁହଁରେ ତୁଣ୍ଡି ବାନ୍ଧିବା ପାଇଁ ରାଜ୍ୟ ମୁଖିଆ ବିଫଳ ହେବାପରେ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଛନ୍ତି  । ଏନେଇ ରାତି ଅଧିଆ ଜଣେ ରାଜ୍ୟସଭା ସାଂସଦଙ୍କ ଉପସ୍ଥିତରେ ଶ୍ରୀକାନ୍ତଙ୍କୁ ହଟାଇବା ପାଇଁ ବାଟ ତିଆରି ହୋଇଥିଲା  । ପ୍ରଥମେ ତାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦବୀରୁ ଏଆଇସିସି ନାଁରେ କାଟିବା ପରେ ଏବେ ଦଳରୁ କାଢିବା ପାଇଁ ଶୃଙ୍ଖଳାକମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଜରିଆରେ ଏଆଇସିସି ଉପରେ ଚାପ ପକାଇଥିବା ନେଇ ଚର୍ଚ୍ଚା ହେଉଛି  । ଏପରିକି କଂଗ୍ରେସ ଦଳରୁ ଯେଉଁ ଢଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭାଇ ତଥା ସେତେବଳର କଂଗ୍ରେସ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରିଥିଲେ ସେହି ଢଙ୍ଗରେ ଶ୍ରୀକାନ୍ତଙ୍କୁ କାଢି ପ୍ରତିଶୋଧ ନେବାପାଇଁ ଭାଇ ନିରଞ୍ଜନ ଦଳରେ ଗୋଟି ଚାଳନା କରିଥିବା କଥା ଏବେ ଦଳର ବରିଷ୍ଠ ନେତାମାନଙ୍କ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି  ।

ବର୍ତମାନର ବିଜେଡି ସାଂସଦ ତଥା ସେତେବେଳର କଂଗ୍ରେସ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ବଂଚାଇବା ସହ ସଶକ୍ତ କରିବା ନାରା ଦେଇ ନିଜେ ବିଭିନ୍ନ ସ୍ଥାନରେ ସମାବେଶ କରିଥିଲେ ଯେଉଁ କାରଣ ପାଇଁ ତାଙ୍କୁ ଦଳରୁ ସେତେବେଳେ କଢାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା  । ସେହି କ୍ରମରେ ଏବେ ଦଳିତ, ପଛୁଆ ବର୍ଗ ଓ ଓବିସି ବର୍ଗକୁ ନେଇ ଶ୍ରୀକାନ୍ତ ଜେନା ଦଳ ବାହାରେ କାର୍ଯ୍ୟକ୍ରମ କରୁଥିବା ବେଳେ ତାଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ତାଙ୍କୁ ଦଳରୁ କାଢିବା ପାଇଁ ଏକପ୍ରକାର ଚକ୍ରାନ୍ତ ଚାଲିଥିବା କଥା ଦଳୀୟ ମହଲରେ ଆଲୋଚନା ହେଉଛି  ।

ଏଠାରେ ସୂଚନାଯୋଗ୍ୟ ଯେ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଥମେ ୬୦ ବନାମ ୬୦ର ନାରା ଦେଇଥିଲେ  । ଏପରିକି ଓଡିଶାକୁ ୬୦ ବର୍ଷ ଧରି ଖଣି ଲୁଟେରାମାନେ ଲୁଟିଥିବାର ଅଭିଯୋଗ କରିବା ସହ ଏଥିରେ ପଟ୍ଟନାୟକ ପରିବାରକୁ ଟାଣି ସବୁବେଳେ ଚର୍ଚ୍ଚାରେ ରହିବା ସହ ପଛୁଆବର୍ଗ ଶ୍ରେଣୀର ଜଣେ ଲୋକଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଦାବି କରି ସେ ରୋଷର ଶିକାର ହୋଇଥିବା ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି  ।  

Subscribe

National International State Sports Entertainment