Home >
ଏଣିକି ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ସମାନ କୋର୍ସ, ପିଜି ଆଡ଼ମିସନ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା
Khabar Odisha:Odisha-Education
ଭୁବନେଶ୍ୱର, ଡିସେମ୍ବର ୦୬୯ଖବର ଓଡ଼ିଶା):

ଏଣିକି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ପିଲାଙ୍କ ପାଇଁ ସମାନ ପାଠ୍ୟକ୍ରମ ରହିବ। ଆସନ୍ତା ଶିକ୍ଷାବର୍ଷରୁ ଏହା ପ୍ରଚଳିତ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି।   

ଗୁରୁବାର ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଆହୂତ ଏହି ବୈଠକରେ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର କୁଳପତି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ସମାନ ପାଠ୍ୟକ୍ରମ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏହାସହ ପିଜି ପାଠ୍ୟକ୍ରମ ପାଇଁ ଏକକ ପରୀକ୍ଷା କରାଯିବ ବୋଲି ମଧ୍ୟ ନିଷ୍ପତି ହୋଇଛି। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୪୫% ନମ୍ବର ରଖିବାକୁ ପଡ଼ିବ। ୨୦୧୯-୨୦ ଶିକ୍ଷାବର୍ଷରୁ ଉପରୋକ୍ତ ଦୁଇଟି ବ୍ୟବସ୍ଥା ଲାଗୁ କରାଯିବ।   

Subscribe

National International State Sports Entertainment