Home >
ଆଭ୍ୟନ୍ତରୀଣ ଆଘାତ ପାଇବା ଯୋଗୁଁ ଶ୍ରେୟାସର ମୃତ୍ୟୁ ହୋଇଛି - ଶବ ବ୍ୟବଚ୍ଛେଦ ରିପୋର୍ଟ
Khabar Odisha:Odia-Student-Death-Row

ଭୁବନେଶ୍ୱଜାନୁଆରୀ ୧୨(ଖବର ଓଡ଼ିଶା): ବିଶାଖାପାଟଣାରେ ରାଗିଂରେ ଓଡ଼ିଶା ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ଉଭୟ ଓଡ଼ିଶା ଓ ଆନ୍ଧ୍ର ପୋଲିସ ଜାରିରଖିଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରୁ ଆସିଥିବା ଶବ ବ୍ୟବଚ୍ଛେଦର ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି। ଶ୍ରେୟାସଙ୍କ ମୃତ୍ୟୁ ତିନୋଟି କାରଣ ଯୋଗୁଁ ହୋଇଥିବା ରିପୋର୍ଟରୁ ଜଣାରଡ଼ିଛି। ହୃଦୟରେ ଆଘାତ, ଫୁସଫୁସରେ ପାଣି କମିବା ସହ ରକ୍ତ ନଳି ବ୍ଲକ ହୋଇଯିବାରୁ ସମ୍ବଲପୁର ଛାତ୍ର ଶ୍ରେୟାସର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଇଣ୍ଟରନାଲ ବା ଆଭ୍ୟନ୍ତରୀଣ ଆଘାତ୍ ପାଇବା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ଦାସ ।

ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିବା ସହିତ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ଶ୍ରେୟାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଶାଖାପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଛି। ସେପଟେ ଓଡ଼ିଶା ଆସିଥିବା ଭାଇଜାଗ ପୋଲିସ ଶ୍ରେୟସ ଚିକିତ୍ସିତ ହୋଇଥିବା ହସ୍ପିଟାଲ ଯାଇ ଡାକ୍ତରଙ୍କୁ ପଚରା ଉଚରା କରିଛି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ  ଭାଇଜାଗରେ ଶ୍ରୀଚୈତନ୍ୟ କଲେଜରେ ଯୁକ୍ତ ୨ରେ ପଢୁଥିବା ଶ୍ରେୟାସ ସହପାଠୀଙ୍କ ରାଗିଂର ଶିକାରରେ ପ୍ରାଣ ହରାଇଛନ୍ତି ସମ୍ବଲପୁରର ଶ୍ରେୟାସ କେଶରୱାନୀ । ଶ୍ରୟାସଙ୍କୁ ସହପାଠୀମାନେ ନିସ୍ତୁକ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ମାତ୍ର କଲେଜ୍‌ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଇ ନ ଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବିଶାଖପାଟଣା ଏବଂ ପରେ ପରିବାର ଲୋକ ଭୁବନେଶ୍ରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚନ୍ଦ୍ରଶେଖର ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଶ୍ରେୟାସ ମୃତ୍ୟୁ ପୁର୍ବରୁ ତାଙ୍କୁ ମାଡ ମାରିଥିବା କେତେକ ପିଲାଙ୍କର ନାମ ନେଇଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା। ବର୍ତ୍ତମାନ ପୋଲିସ ପାଖରେ ହସ୍ତଗତ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଏବେ ରାଗିଂ କରିଥିବା ଛାତ୍ରଙ୍କ ପାଇଁ ଅଡୁଆ ବଢାଇପାରେ।

  • Tags:

Subscribe

National International State Sports Entertainment