Home >
ନୂତନ ଭାବରେ ନିଯୁକ୍ତ ଆତଙ୍କବାଦୀ ଓ୍ଵାଘା ସୀମା ଦେଇ ପହଞ୍ଚୁଛନ୍ତି ପାକିସ୍ତାନସ୍ଥିତ ତାଲିମ କେନ୍ଦ୍ର
Khabar Odisha:Newly-recruited-terrorists-using-Wagah-route-to-reach-Pakistan-for-training-NIA

ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ସୂଚନା ମିଳିଛି ଯେ, କଶ୍ମୀର ଅଂଚଳରେ ନୂତନ ଭାବରେ ନିଯୁକ୍ତ ଆତଙ୍କବାଦୀମାନେ ପାକିସ୍ତାନସ୍ଥିତ ତାଲିମ କେନ୍ଦ୍ରରେ ପହଂଚିବା ପାଇଁ ନୂତନ ପଥ ଆବିଷ୍କାର କରିଛନ୍ତି। ଏନ୍‌ଆଇଏ ଆତଙ୍କବାଦୀମାନେ ବୈଧ ପ୍ରମାଣ ପତ୍ର ସାଥୀରେ ନେଇ ଓ୍ଵାଘା ସୀମା ଦେଇ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ପହଂଚୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଛି। ଜମ୍ମୁ କଶ୍ମୀରର ନଗୋତ୍ରାସ୍ଥିତ ସେନାର ଏକ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପରେ ଏନଆଇଏକୁ ଏହି ସୂଚନା ମିଳିଛି। 

ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ କଶ୍ମୀର ଅଲଗାବାଦୀଙ୍କ ଦ୍ୱାରା ସୁପାରିଶ ହୋଇଥିବା ପାକିସ୍ତାନୀ ଭିସା ମାଧ୍ୟମରେ ଓ୍ଵାଘା ସୀମା ଦେଇ ଭାରତରେ ପ୍ରବେଶ କରୁଛନ୍ତି। ସଂସ୍ଥା ୪ ଜଣ ଜୈଶ-ଏ-ମହମ୍ମଦ ସଦସ୍ୟ ମହମ୍ମଦ ଆଶିଦ ବାବା, ସୟଦ ମୁନୀର-ଉଲ-ହାସନ କାଦରୀ, ତରିକ ଅହମଦ ଡର ଏବଂ ଆଶ୍ରଫ ହମିଦ ଖାଣ୍ଡେ ଜମ୍ମୁ ଅଂଚଳରେ ରହୁଥିବା ସୂଚନା ପାଇଛି। 

ଆଶିକ ବାବା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର ଶିବିରରେ  ପ୍ରଶିକ୍ଷଣ ନେଇଥିଲା। ମହମ୍ମଦ ଆଶିକ ବାବା ଅନେକ ଥର ଓ୍ଵାଘା ସୀମା ଦେଇ ପାକିସ୍ତାନ ଯିବା ଆସିବା କରିଛି। ସେଠାରେ ରହୁଥିବା ସମୟରେ ସେ ରାଓ୍ଵଲପିଣ୍ଡି ଠାରେ ଜୈଶ-ଏ-ମହମ୍ମଦର ଶିବିରକୁ ଯାଇଛି। ଶ୍ରୀନଗରସ୍ଥିତ ହୁରିୟତ କନଫ୍ରେନ୍ସ ଦ୍ୱାରା ସୁପାରିଶ ହୋଇଥିବା ଭିସା ମାଧ୍ୟମରେ ଆଶିକ ବାବା କଶ୍ମୀର ଆସିଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

  • Tags:

Subscribe

National International State Sports Entertainment