Home >
ବିମାନ ବନ୍ଦରରେ ଅଖିଳେଶକୁ ରୋକାଗଲା, ଯୋଗୀ କହିଲେ କାନୁନ ବ୍ୟବସ୍ଥା ବିଗିଡିବାର ଥିଲା ବିପଦ
Khabar Odisha:National-odisha-lucknow-administration-stopped-akhilesh-yadav-at-airport
ନୂଆଦିଲ୍ଲୀ, ଫେବୃଆରୀ୧୨(ଖବର ଓଡ଼ିଶା):

 ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟର ଶପଥଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଅଖିଳେଶକୁ ରୋକାଯିବାରୁ ବିମାନବନ୍ଦରରେ ପୋଲିସ, ପ୍ରଶାସନ ଓ ତାଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ଅଖିଳେଶ ଯାଦବ ଟ୍ଵିଟ୍ କରି ବିମାନ ବନ୍ଦର ପ୍ରଶାସନର ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟ ଯିବାକୁ ରୋକା ଯାଇଛି।

ଅଖିଳେଶଙ୍କ ଟ୍ଵିଟ୍ ପରେ ସମାଜବାଦୀ ପାର୍ଟିର ଅନେକ କାର୍ଯ୍ୟକର୍ତ୍ତା ବିମାନ ବନ୍ଦରରେ ରୁଣ୍ଡ ହୋଇ ହଙ୍ଗାମା କରିଛନ୍ତି। ମାମଲାକୁ ଦେଖି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରୟାଗରାଜରେ ଅରାଜକତା ମାହୋଲ ସୃଷ୍ଟି ନହେଉ,  ଏଥିପାଇଁ ଅଖିଳେଶଙ୍କୁ ରୋକା ଯାଇଛି। ଅନ୍ୟ ପଟେ ଅଖିଳେଶ ଯାଦବଙ୍କୁ ବିମାନ ବନ୍ଦରରେ ଅଟକାଯିବା ମାମଲାରେ  ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି।  ବିଶ୍ଵ ବିଦ୍ୟାଳୟରେ ଛାତ୍ରସଙ୍ଘ ନେତାଙ୍କ ମଧ୍ୟରେ ହଙ୍ଗାମାକୁ ଦୃଷ୍ଟିରେ ରଖି ପୂର୍ବରୁ ପୋଲିସ ବଳ ମୁତୟନ କରାଯାଇଥିଲା।

ଅଖିଳେଶ ଟ୍ଵିଟ୍ କରିଛନ୍ତି ଯେ, ଗୋଟିଏ ଛାତ୍ର ନେତାଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଏତେ ଭୟ କରୁଛନ୍ତି ଯେ ମୋତେ ଲକ୍ଷ୍ନୌ ବିମାନ ବନ୍ଦରରେ ରୋକି ଦିଆଗଲା। ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ରସଙ୍ଘର  ଉଦଘାଟନ ସମାରୋହ ଥିଲା। ଅଖିଳେଶ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ପୋଲିସ ଓ ପ୍ରଶାସନର ଅଧିକାରୀ ବିମାନ ବନ୍ଦରରେ ରହି ବିମାନର ଗେଟ୍ ପାଖରେ ଘେରି ଛିଡ଼ା ହୋଇ ରହିଥିଲେ। 

ବିମାନ ବନ୍ଦରରେ ମୋତେ ବନ୍ଧକ ବନାଗଲା

ଅଖିଳେଶ ଯାଦବ ଏହା ମଧ୍ୟ ଲେଖିଛନ୍ତି ଯେ, ମୋତେ ଲକ୍ଷ୍ନୌ ବିମାନ ବନ୍ଦରରେ ବନ୍ଧକ ରଖାଗଲା। ବିନା କୌଣସି ଲିଖିତ ଆଦେଶରେ ମୋତେ ବିମାନରେ ଚଢିବାକୁ ରୋକି ଦିଆଗଲ। ଏଥିରୁ ସ୍ପଷ୍ଟ  ଯେ ସରକାର ଛାତ୍ରସଙ୍ଘର ଶପଥଗ୍ରହଣ ସମାରୋହକୁ କେତେ ଭୟ କରୁଛନ୍ତି। ବିଜେପି ଜାଣିଛି ଯେ ଦେଶର ଯୁବବର୍ଗ ଏହି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ। 

  • Tags:

Subscribe

National International State Sports Entertainment