Home >
ସିବିଆଇ ଉପରେ ସୁପ୍ରିମକୋର୍ଟର ଭରସା କାଏମ: ଚିଟ୍ ଫଣ୍ଡ ଘୋଟାଲାର ତଦନ୍ତ ଉପରେ ନଜର ରଖିବା ଯାଚିକା ଖାରଜ
Khabar Odisha:National-Odisha-supreme-courts-refuses-to-monitor-cbi-probe-into-saradha-scam
ନୂଆଦିଲ୍ଲୀ,ଫେବୃଆରୀ୧୨(ଖବର ଓଡ଼ିଶା):

ସୁପ୍ରିମକୋର୍ଟ ସାରଦା ଚିଟ୍ ଫଣ୍ଡ ଘୋଟାଲାର ସିବିଆଇ ତଦନ୍ତ ଉପରେ ନଜର ରଖିବାକୁ ମନା କରି ଦେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ନିଜର ଅର୍ଥ ହରାଇଥିବା କିଛି ଘରୋଇ ନିବେଶକ ଏହି ଯାଚିକା ଦାୟର କରି ସିବିଆଇର ତଦନ୍ତ ଉପରେ  ନଜର ରଖିବାକୁ ସୁପ୍ରିମକୋର୍ଟରେ ଦାବି କରିଥିଲେ।

ଖଣ୍ଡପୀଠ କହିଛି ଯେ, ଆମେ ଚିଟ୍ ଫଣ୍ଡ ଘୋଟାଲାର ଯାଞ୍ଚ ଉପରେ ନଜର ରଖିବା ପାଇଁ ପର୍ଯ୍ୟବେକ୍ଷକ ସମିତି ଗଠନ କରିବାକୁ ଇଚ୍ଛୁକ ନାହୁଁ। ଏହା ପୂର୍ବରୁ ନ୍ୟାୟାଳୟ  ଘୋଟାଲାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରିଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,  ଘୋଟାଲାର ତଦନ୍ତ ଉପରେ ନଜର ରଖିବାର କୌଣସି ଆବଶ୍ୟକତା ନାହିଁ। 

କଣ ପାଇଁ ତଦନ୍ତରେ ବାଧା ଦେବାକୁ ହେଉଛି ଉଦ୍ୟମ

ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି ସରକାର ଏହି ଘୋଟାଲାର ତଦନ୍ତକୁ ନେଇ ଏ ପର୍ଯ୍ୟନ୍ତ ବିଚଳିତ ନଜର ଆସୁଛି। ଗତ ଦିନରେ ସାରଦା ଚିଟ୍ ଫଣ୍ଡ ଘୋଟାଲାର ତଦନ୍ତ ପାଇଁ ସିବିଆଇ ଟିମ୍ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବାକୁ ଯାଇଥିଲେ, ମାତ୍ର ସେହି ସମୟରେ ମମତା ବାନାର୍ଜୀ ପୋଲିସ କମିଶନରଙ୍କ ସୁରକ୍ଷା ପାଇଁ ଧାରଣାରେ ବସି ପଡ଼ିଥିଲେ। 

ଉଲ୍ଲେଖଯୋଗ୍ୟ ମମତା ଯାହାଙ୍କ ପାଇଁ ଧାରଣାରେ ବସିଥିଲେ, ତାଙ୍କ ଉପରେ ସାରଦା ଚିଟ୍ ଫଣ୍ଡ ଘୋଟାଲାର ଅପରାଧୀଙ୍କ ବିରୋଧରେ ଥିବା ମହତ୍ଵପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାର ଆରୋପ ଲାଗିଛି। ଧାରଣା ସମୟରେ ବିରୋଧୀର ଅନେକ ନେତା ମଧ୍ୟ ମମତାଙ୍କ ସମର୍ଥନରେ ଆଗକୁ ଆସିଥିଲେ। ଏହା ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ପୋଲିସ କମିଶନରଙ୍କୁ ମେଘାଳୟର ରାଜଧାନୀ ସିଲଂରେ ସିବିଆଇ ଦପ୍ତରରେ ଜେରା ପାଇଁ ହାଜର ହେବାକୁ ଆଦେଶ ଦେଇଥିଲେ। 

କଣ ଏହି ସାରଦା ଚିଟ୍ ଫଣ୍ଡ ଘୋଟାଲା ?

ସାରଦା ଚିଟ୍ ଫଣ୍ଡ ଘୋଟାଲା ଏକ ବଡ଼ ଆର୍ଥିକ ଘୋଟାଲା। ଏନଡିଟିଭି ଅନୁସାରେ ଏହି ଘୋଟାଲା ୪୦୦୦ କୋଟି, ଫାଷ୍ଟ ପୋଷ୍ଟ ଅନୁସାରେ ୧୦ ହଜାର କୋଟି ଓ ଅମର ଉଜାଲା ଅନୁସାରେ ୪୦ ହଜାର କୋଟିର। ଅର୍ଥାତ ଏହି ଘୋଟାଲାର କୌଣସି ଏକ ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ। ନିଶ୍ଚିତ ରୂପେ ତଥ୍ୟ ଏଥିପାଇଁ ନାହିଁ, କାରଣ ଏହି ଘୋଟାଲାର ଚେର କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ନିକଟବର୍ତ୍ତୀ ରାଜ୍ୟ ଓଡ଼ିଶା, ଆସାମ, ଝାରଖଣ୍ଡ ଓ ତ୍ରିପୁରା ପର୍ଯ୍ୟନ୍ତ ରହିଛି। 

ଏହି ଘୋଟାଲାରେ ଟିଏମସି ସହିତ ଅନେକ ବଡ଼ ନେତା, ସେମାନଙ୍କର ପତ୍ନୀ ଓ ଅଫିସରଙ୍କ ନାମ ରହିଛି। ତୃଣମୂଳ ସାଂସଦ କୃଣାଲ ଘୋଷ ଓ ଶ୍ରୀଜୟ  ବୋସ୍, ପଶ୍ଚିମବଙ୍ଗର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଜତ ମଜୁମଦାର, ପୂର୍ବତନ କ୍ରୀଡା ଓ ପରିବହନ ମନ୍ତ୍ରୀ ମଦନ ମିତ୍ରା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପତ୍ନୀ ନଳିନୀ- ଏହି ପରି ହାଇପ୍ରୋଫାଇଲଙ୍କ ନାମ ଏହି ଘୋଟାଲାରେ ରହିଛି। ଏହା କୌଣସି କଳ୍ପନା ନୁହଁ, ଖୋଦ୍ ସାରଦାର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ସୁଦୀପ୍ତ ସେନ ୨୦୧୩ ଏପ୍ରିଲ ୨୩ରେ ନିଜର ଗିରଫଦାରୀ ପରେ ଏହି ସବୁ ଲୋକ ସଂଶ୍ଳୀଷ୍ଟ ଥିବା ସ୍ଵୀକାର କରିଥିଲେ।

  • Tags:

Subscribe

National International State Sports Entertainment