Home >
ରାଫେଲ: ସିଏଜି ରାଷ୍ଟ୍ରପତିଙ୍କୁ ପଠାଇଲା ରିପୋର୍ଟ, କାଲି ସଂସଦରେ ହୋଇପାରେ ଉପସ୍ଥାପିତ
Khabar Odisha:National-Odisha-cag-report-on-rafale-sent-to-president
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

 ରାଫେଲ ଡିଲରେ ଅନିୟମିତତା ହୋଇଥିବା କଂଗ୍ରେସର ଅଭିଯୋଗ ମଧ୍ୟରେ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି) ନିଜର ରିପୋର୍ଟ ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। ଏବେ ଏହି ଡିଲକୁ ନେଇ ପ୍ରସ୍ତୁତ ରିପୋର୍ଟ ସଂସଦରେ ରଖାଯିବ। 

ସିଏଜି ନିଜର ରିପୋର୍ଟର ଗୋଟିଏ କପି ରାଷ୍ଟ୍ରପତି ଏବଂ ଦ୍ଵିତୀୟ କପି ଅର୍ଥ ମନ୍ତ୍ରଣାଳୟ ପାଖକୁ ପଠାଇଛି।  କୁହାଯାଉଛି ଯେ, ସିଏଜି ରାଫେଲ ଉପରେ ୧୨ଟି ଚାପ୍ଟର  ବିସ୍ତୃତ ଲମ୍ବା ରିପୋର୍ଟ ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ କିଛି ସପ୍ତାହ ପୂର୍ବେ ପ୍ରତିରକ୍ଷା ମନ୍ତ୍ରଣାଳୟ ରାଫେଲ ଉପରେ ବିସ୍ତୃତ ତଥ୍ୟ ସମ୍ବନ୍ଧିତ ରିପୋର୍ଟ ସିଏସଜିକୁ ପ୍ରଦାନ କରିଥିଲା। ଏଥିରେ କ୍ରୟ ପ୍ରକ୍ରିୟାର ମହତ୍ଵପୂର୍ଣ୍ଣ ସୂଚନା ସହିତ ୩୬ ରାଫେଲ ବିମାନର ମୂଲ୍ୟ କୁହାଯାଇଥିଲା।

ସିଏଜିର ରିପୋର୍ଟ ବହୁତ ଲମ୍ବା ରହିଛି, ଯାହାକୁ ପ୍ରୋଟୋକଲ ଅନୁସାରେ ପ୍ରଥମେ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଛି। ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ସିଏଜି ରିପୋର୍ଟ ଲୋକସଭା ବାଚସ୍ପତିଙ୍କ ଅଫିସ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ଅଫିସକୁ ପଠାଯିବ। ବଜେଟ୍ ଅଧିବେଶନ ବୁଧବାର ଶେଷ ହେଉଛି। ତେଣୁ ଆଶା କରାଯାଉଛି ଯେ ଆସନ୍ତାକାଲି କିମ୍ବା ବୁଧବାର  ରାଫେଲ ଉପରେ ସିଏସଜି ଦେଇଥିବା ରିପୋର୍ଟକୁ ଲୋକସଭା ଓ ରାଜ୍ୟସଭାରେ ରଖାଯାଇପାରେ। 

  • Tags:

Subscribe

National International State Sports Entertainment