Home >
ମିଶନ ୨୦୧୯: ବିଜେପିର ଯୁବମୋର୍ଚ୍ଚା ପ୍ରସ୍ତୁତ କରୁଛି ମେଗା ଯୋଜନା
Khabar Odisha:Mission-2019-BJPs-youth-wing-to-create-network-of-5-million-youth-voters

ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): ମିଶନ-୨୦୧୯ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚା ମେଗା ଯୋଜନା ପ୍ରସ୍ତୁତ କରୁଛି। ଯୁବମୋର୍ଚ୍ଚାର ଯୋଜନା ଅନୁସାରେ ଯୁବ ମତଦାତା ଆକର୍ଷିତ ହେବେ। ଏହି ମେଗା କାର୍ଯ୍ୟକ୍ରମ ଅନୁଯାୟୀ ନିର୍ବାଚନ ପୂର୍ବରୁ ଯୁବକଙ୍କୁ ନେଟଓ୍ଵର୍କ ପ୍ରସ୍ତୁତ କରୁଛି। ଏହା ସହିତ ଅନ୍‌ଲାଇନ୍‌ ଏବଂ ଅନ୍ୟ ମାଧ୍ୟମରେ ଯୁବପୀଢ଼ୀଙ୍କ ସହିତ ସଂପର୍କ ଯୋଡ଼ିବାକୁ ଯୋଜନା ପ୍ରସ୍ତୁତ କରୁଛି। 

ଯୁବମୋର୍ଚ୍ଚା ୫୦ ଲକ୍ଷ ଏଭଳି ଯୁବ ଭୋଟର ନେଟଓ୍ଵର୍କ ପ୍ରସ୍ତୁତ କରିବା ନେଇ  କାମ କରୁଛି, ଯାହାକି ବିଜେପିର ଭିଜନ-୨୦୧୯ ଏଜେଣ୍ଡାକୁ ସଶକ୍ତ କରିବ। ଏଥି ପାଇଁ ଯୁବ ପ୍ରତିଭାର ସହଯୋଗ ନେବ ଏବଂ ଶୈକ୍ଷଣିକ ପରିସରରେ ଛାତ୍ର ଆମ୍ବାସାଡର  ନିଯୁକ୍ତି କରାଯିବ। 

ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଏବଂ ସାଂସଦ ପୁନମ ମହାଜନ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କୁ ୨୦୧୯ରେ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାରେ ଦେଶର ଯୁବପୀଢ଼ୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିଗରେ ବିଜେପି ଯୁବ ମୋର୍ଚ୍ଚା ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରୁଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି। ମତଦାତାଙ୍କୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଯୋଡ଼ିବାକୁ ଯୁବମୋର୍ଚ୍ଚା ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛି। 

ଯୁବମୋର୍ଚ୍ଚାରେ ଭୋଟରଙ୍କୁ ଯୋଡ଼ିବା ପାଇଁ ଅନେକ ପ୍ରକାରର ଟିମ୍‌ ଗଠନ କରାଯିବ। ଏଥିରେ ଲେଖକ, ବ୍ଲଗର, ସୋସଆଲ ମିଡିଆ ସହିତ ଜଡ଼ିତ ଲୋକଙ୍କୁ ନେଇ ଏକ ଟିମ୍‌ ଗଠନ କରିବ। ସାମାଜିକ ସମୀକରଣକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ନେଇ ଟିମ ଗଠନ କରାଯିବ। ସେହିଭଳି ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡ଼ିତ ଲୋକଙ୍କୁ ନେଇ ମଧ୍ୟ ଟିମ୍‌ ଗଠନ କରାଯିବ। ଯୁବମୋର୍ଚ୍ଚା ପ୍ରଥମ ଥର ଭୋଟ ଦେଉଥିବା ଯୁବପୀଢ଼ୀ ଉପରେ ଅଧିକ ନଜର ରଖିବ। 

  • Tags:

Subscribe

National International State Sports Entertainment