Home >
ମେକ୍ ଇନ୍ ଓଡିଶା ନାରା ଧୂଆଁବାଣ, କାରଖାନାର ମାଲିକ ଭାବୁଛନ୍ତି ରାଜନେତା, ଚର୍ଚ୍ଚାରେ ବିଜେଡି ବିଧାୟକ
Khabar Odisha:Make-in-Odisha
ଭୁବନେଶ୍ୱର, ୦୯ ନଭେମ୍ବର (ଖବର ଓଡିଶା):

ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି  । ଗୋଟିଏ ପଟେ ନିଜର ବିଧାୟକ ଶିଳ୍ପ କଳକାରଖାନାକୁ ଚଳାଇ ଦେଉନାହାନ୍ତି  । ଶ୍ରମିକ ମାନଙ୍କୁ ଏକଜୁଟ କରାଇ ଆନ୍ଦୋଳନ କରାଉଛନ୍ତି ଅନ୍ୟପଟେ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା ନାରା ଦେଇ ଶିଳ୍ପାୟନ ପାଇଁ ଶିଳ୍ପପତି ମାନଙ୍କୁ ଓଡିଶା ଆମନ୍ତ୍ରଣ କରୁଛନ୍ତି  । ଏଭଳି ମନ୍ତବ୍ୟ ଦେଇ ସରକାରଙ୍କୁ କାଠଗଡାକୁ ଟାଣିଛି ବିରୋଧୀ ବିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ  । ସରକାରଙ୍କ ଦୈତ୍ୟ ଆଭିମୁଖ୍ୟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜନୈତିକ ଦଳ ଗୁଡିକ  ।

ଗୋଟିଏ ପଟେ ରାଜନୈତିକ ଦଳ ଗୁଡିକ ଏପରି ମନ୍ତବ୍ୟ ଦେଉଥିବା ବେଳେ ଏଥିରେ ମୋହର ଲଗାଇଛନ୍ତି କଳିଙ୍ଗନଗର ଶିଳ୍ପସଂଘ ମୁଖ୍ୟ ପି. କାଣ୍ଡୋଇ  । ଏକ ଗଣମାଧ୍ୟମରେ ନିଜର ପତିକ୍ରିୟା ଦେଇ ଶ୍ରୀ କାଣ୍ଡୋଇ କହିଛନ୍ତି ଯେ,  ଆମକୁ ଚାକର ଭଳି ବ୍ୟବହାର ସହ ନିଜକୁ ମାଲିକ ମଣୁଛନ୍ତି, କିଛି ରାଜନେତା  । ନିଜକୁ ଓଡ଼ିଶାର ରାଜା ଭାବୁଛନ୍ତି, ଶିଳ୍ପପତିଙ୍କୁ ହଇରାଣ କରିବାରେ ଟିକେ ବି ମୌକା ଛାଡ଼ୁନାହାନ୍ତି  ।

ଶ୍ରୀ କାଣ୍ଡୋଇ ଗଣମାଧ୍ୟମରେ ଆହୁରି କହିଛନ୍ତି ଓଡ଼ିଶାରେ ସ୍ଥାନୀୟ ରାଜନେତା ହିଁ ଶିଳ୍ପାୟନରେ ବାଧକ ସାଜୁଛନ୍ତି, ସାମାନ୍ୟ ଅବଦାନ ନଥାଇ ନିଜକୁ କାରଖାନା ମାଲିକ ଭାବୁଛନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ଶିଳ୍ପସଂସ୍ଥା ଠାରୁ ଚାନ୍ଧା ଆଦାୟ କରିବା ଅଭିଯୋଗରେ କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ବିଜେଡିର କିଛି ବିଧାୟକ  । ଯାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି  ।

Subscribe

National International State Sports Entertainment