Home >
ଅଟ୍ରି ଉଷ୍ଣପ୍ରସବଣ ଚଳଚଞ୍ଚଳ, ଆସନ୍ତାକାଲି ଠାରୁ ଲାଗିବ ୨ ସପ୍ତାହ ବ୍ୟାପୀ ମେଳା
Khabar Odisha: Makara-mela-from-tomorrow

ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଅଟ୍ରି ଉଷ୍ଣପ୍ରସବଣ ନିକଟରେ ଆସନ୍ତାକାଲି ଠାରୁ ମକର ମେଳା ଆରମ୍ଭ ହେବ । ଏହି ମେଳା ପ୍ରାୟ ୨ ସପ୍ତାହ ଧରି ଲାଗି ରହିବ । ଏଥି ପାଇଁ ମେଳାସ୍ଥଳ ଚଳଚଞ୍ଚଳ ହୋଇ ଉଠିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଓ ଜିଲ୍ଲା ବାହାରୁ ମଧ୍ୟ ବ୍ୟବସାୟୀମାନେ ଦୋକାନ ବଜାର ଲଗାଇବା ପାଇଁ ବ୍ୟସ୍ତ ଜଣାପଡୁଛନ୍ତି । 

 

ଭିଡ଼କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥି ପାଇଁ ୩ ପ୍ଲାଟୁନ ଫୋର୍ସ, ୩୦ଜଣ ହୋମଗାର୍ଡ, ୧୫ଜଣ କନେଷ୍ଟବଳ, ୫ଜଣ ହାବିଲଦାର ଓ ୨୫ଜଣ ଏଏସଆଇ/ଏସଆଇଙ୍କୁ ନିଯୁକ୍ତି ଦିଆଯାଇଛି । ଏସପି ଦୀପ୍ତିରଞ୍ଜନ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡିଏସପି ଓ ୨ଜଣ ଇନସପେକ୍ଟର ଆଇନଶୃଙ୍ଖଳା ତଦାରଖ କରିବେ । ବାଘମାରୀରୁ ପାଣିଟାଙ୍କି ଛକ ଓ ପାନବରଜ ରାସ୍ତାର ଅଟ୍ରି ଉଷ୍ଣପ୍ରସବଣ ପର୍ଯ୍ୟନ୍ତ କେବଳ ୨ଚକିଆ ଗାଡ଼ି ଚଳାଚଳ କରିବ । ସେହିଭଳି ମେଳା ଦାଣ୍ଡ ସମେତ ଶୈବପୀଠ ଓ ଉଷ୍ଣପ୍ରସବଣ ଅଞ୍ଚଳରେ ପୁଲିସ ମୁତୟନ ହେବେ । ମେଳାକୁ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

 

 

 

Subscribe

National International State Sports Entertainment