Home >
ଶ୍ରାବଣ ଜଳ ଲାଗି ପାଇଁ ଲିଙ୍ଗରାଜ ମନ୍ଦିରର ପ୍ରସ୍ତୁତି
Khabar Odisha:Lingaraj-temple-preparation-of-coming-shraban
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା) :

୨୭ ତାରିଖ ପୂର୍ଣ୍ଣମୀ ପର ସୋମବାର ୩୦ ତାରିଖ ଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆମାନେ ଜଳ ଲାଗି କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଶ୍ରାବଣ ସୋମବାର ପାଇଁ ମନ୍ଦିର ଭୋର ୩ଟାରୁ ଖୋଲିବ । ଭୋର ସାଢେ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୪ଟାରେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଆଡ଼ କାଠ ନିକଟରୁ ଗର୍ଭ ଗୃହ ପର୍ଯ୍ୟନ୍ତ ଏକ ତମ୍ବା ପାତ୍ରର ନଳା ରହିବ । କାଉଡ଼ିଆମାନେ ଧାଡ଼ିରେ ଆସି ତମ୍ବା ପାତ୍ର ମୁହଁରେ ଜଳ ଢାଳିବେ । ଏଥିପାଇଁ ପ୍ରତ୍ୟେକ କାଉଡ଼ିଆଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଶ୍ରାବଣୀ ପାଉଣା ଆଦାୟ କରାଯିବ । ଶ୍ରାବଣ ମାସ ସାରା ବଢେଇବାଙ୍କ ଛକଠାରୁ ମନ୍ଦିର ଓ ମନ୍ଦିର ଚତୁପାଶ୍ୱର୍ରେ ଆମିଷ ଦୋକାନ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ଭିତରକୁ ପଲିଥିନ ପ୍ରବେଶ ଉପରେ କଟକଣା ରହିଛି । କାଉଡ଼ିଆମାନେ ପ୍ଲାଷ୍ଟିକ କଳସରେ ଜଳ ନେଇ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । 

  • Tags:

Subscribe

National International State Sports Entertainment