Home >
ବଜ୍ରପାତ ଆଶଙ୍କା ନେଇ ୧୫ଟି ଜିଲ୍ଲାରେ ପାଣିପାଗ ବିଭାଗର ସତର୍କ ସୂଚନା
Khabar Odisha: Lightening-Alert

ଭୁବନେଶ୍ୱର,ସେପ୍ଟେମ୍ବର ୧୪(ଖବର ଓଡିଶା): ରାଜ୍ୟରେ ସମ୍ଭାବ୍ୟ ବଜ୍ରପାତ ନେଇ ପାଣିପାଗ ବିଭାଗ ଗୁରୁବାର ସତର୍କତା ଜାରିକରିଛି। ୧୫ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଖୋର୍ଦ୍ଧା ଓ ନୟାଗଡ ପ୍ରଭୁତି ଜିଲ୍ଲାରେ ସତର୍କ ସୂଚନା ଦିଆଯାଇଛି।

ଘଡଘଡିର ସମ୍ଭାବନା ଅଧିକ ଥିବାରୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ପର୍ୟ୍ୟନ୍ତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ଏହି ସତର୍କତା ଜାରିକରିଛି । ଏହି ସମୟରେ ଲୋକମାନଙ୍କୁ ଘର ଭିତରେ ରହିବାକୁ ପରମର୍ଶ ଦେଇଛି ବିଭାଗ।    

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments