ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):
ସାଧାରଣତଃ ଝିଅମାନେ ସୁନ୍ଦର କୋମଳ ଏବଂ ସୁନ୍ଦର ତ୍ୱଚା ଚାହିଁଥାନ୍ତି। ମାତ୍ର ଆଖି ତଳେ କଳା ପଡ଼ିଯିବା ଫଳରେ ମୁହଁରୁ ସୁନ୍ଦରତା କମିଯାଏ । ଏହା ପ୍ରାୟତଃ ଚିନ୍ତା ,ସଠିକ ଭାବେ ନିଦ ନହେବା , କମ୍ପ୍ୟୁଟରରେ ଲଗାତାର କାର୍ଯ୍ୟ କରିବାରୁ ହୋଇଥାଏ । ତେଣୁ କମ ବୟସରେ ମଧ୍ୟ ତ୍ୱଚାରେ ଉଜ୍ୱୂତା ଦେଖାଯାଏ ନାହିଁ ।ତେଣୁ ସୁନ୍ଦର ଦେଖାଯିବାର ଇଚ୍ଛାରେ ଅନେକ ଲୋକ ମହଙ୍ଗା ସୌନ୍ଦର୍ଯ୍ୟ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଶରୀରରେ କିଛି ପଷୋକତତ୍ୱର ମାତ୍ରା କମ ହେବା ଫଳରେ ଏପରି ହୋଇଥାଏ । ଗୋରାପଣ ପାଇବାର ସଠିକ୍ ଉପାୟ ।ଆସନ୍ତୁ ଜାଣିବା କଣ ଖାଇଲେ ପୋଷକତତ୍ୱର ପରିମାଣ ଠିକ ରହିବ ...
ଗ୍ରୀନ ଟି: ଗ୍ରୀନ ଟି ମୋଟାପଣ ଦୂର କରିବା ସହ ତ୍ୱଚାରେ ଉଜ୍ୱୂତା ମଧ୍ୟ ପ୍ରଦାନ କରିଥାଏ । ଏହା ଯେଉଁ ଗଛରୁ ତିଆରି କରାଯାଏ ସେଥିରେ ଭରପୁର ଆଣ୍ଟିଅକ୍ସିଡ଼ାଣ୍ଟଓ ରହିଥାଏ । ତେଣୁ ପ୍ରତିଦିନ ଗ୍ରୀନ ଟି ସେବନ ଦ୍ୱାରା ମୁଖରୁ ଦାଗ ଲିଭିବା ସହ ସତେଜ ହୋଇଥାଏ ।
ନଡ଼ିଆ ପାଣି : ନଡ଼ିଆ ପାଣି ପିଇବା ଦ୍ୱାରା ମୁଖରେ ସୌନ୍ଦର୍ଯ୍ୟ ଆସିବା ସହ ତ୍ୱତାର ରଙ୍ଗରେ ଉଜ୍ୱଳତା ଆସିଥାଏ । ସ୍କିନ କୋମଳ ହେବା ସହ ସୁନ୍ଦରତା ମିଳିବ ।
ଟମାଟୋ : ଟମାଟୋରେ ପ୍ରଚୁର ପରିମାଣର ଭିଟାମିନ , ପ୍ରୋଟିନ ରହିଥାଏ । ଏହା ଛଡ଼ା ଏଥିରେ ଥିବା ଲାଇକୋପିନ ସ୍କିନ ପାଇଁ ଅନେକ ଲାଭଦାୟକ ହୋଇଥାଏ । ପ୍ରତିଦିନ ଗୋଟିଏ ଟମାଟୋ ଖାଇବା ଦ୍ୱାରା ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସେ ଓ ଗାଲ ଗୋଲାପୀ ହୋଇଥାଏ ।
ବିଟ : ବିଟ ଚେହେରାରେ ଚମକ ଆଣିବାର ଏକ ଭଲ ଉପାୟ । ଏହା ଖାଇବା ଦ୍ୱାରା ତ୍ୱଚାରେ ଉଜ୍ଜଳତା ଆସିଥାଏ । ତାସହିତ ମୃତ କୋଷିକା ହଟାଇବା ସହ ତ୍ୱଚାକୁ କୋମଳ କରିଥାଏ । ବିଟରେ ଥିବା ଭିଟାମିନ, ସୋଡ଼ିୟମ , ପୋଟାସିୟମ କ୍ଲେରିନ , ଆୟୋଡ଼ିନ ଓ ଆଇରନ ଭଳି କିଛି ତତ୍ୱ ସ୍କିନରେ ଗୋରାପଣ ଆଣିବାରେ ସାହାଯ୍ୟ କରେ ।
ଗାଜର : ଗାଜର ଖାଇବା ଦ୍ୱାରା ମଧ୍ୟ ଗୋରାପଣ ପାଇପାରିବେ । ଏଥିରେ ଭିଟାମିନ ଏ,ବି,ସି ଓ କ୍ୟାଲସିୟମ ରହିଛି ।
ଏହି ସବୁ ଖାଦ୍ୟ ନିଜ ଦୈନନ୍ଦିନ ଜୀବନରେ ସାମିଲ କରି ଗୋରାପଣ ପାଆନ୍ତୁ ।