Home >
ପର୍ବପର୍ବାଣୀରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ଚାଉଳ ଖିରୀ
Khabar Odisha:Lifestyle-Odisha-Kheer-recipe
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

 ଓଡ଼ିଶାରେ ପ୍ରତ୍ୟକ ଘରେ ପୂଜାପର୍ବାଣୀରେ ଖିରୀ ପ୍ରସ୍ତୁତ କରାଯାଏ । ଆସନ୍ତୁ ଜାଣିବା ସହଜରେ ଘରେ କିପରି ଭାବେ ଚାଉଳ ଖିରୀ ପ୍ରସ୍ତୁତ କରିବେ ।

ସାମଗ୍ରୀ :

ବାସୁମତି ଖିରୀ ଚାଉଳ : ଗୋଟିଏ କପ

ଚିନି : ଗୋଟିଏ କପ

ଘିଅ :୨ଚାମଚ

କିସମିସ : ଅଳ୍ପ

ପିସ୍ତାବାଦାମ : ଅଳ୍ପ

କାଜୁ: ୫୦ ଗ୍ରାମ

ଗୁଜୁରାତି : ୫,୬ଟା

କ୍ଷୀର: ଗୋଟିଏ ଲିଟର

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ ଅନ କରନ୍ତୁ । ସେଥିରେ ଗୋଟିଏ ପାତ୍ରରେ ଅଳ୍ପ ଜାଳରେ କ୍ଷୀରକୁ ସିଝେଇବା ପାଇଁ ବସାଇଦିଅନ୍ତୁ । ଅନ୍ୟ ପାଖରେ ଗୋଟିଏ ପ୍ରେସର କୁକରରେ ଅଳ୍ପ ଘିଅ ପକାଇ ଦିଅନ୍ତୁ । ଘିଅ ଗରମ ହେବା ପରେ ସେଥିରେ ଚାଉଳ ପକାଇ ଭାଜି ଦିଅନ୍ତୁ । ସେଥିରେ ଗୋଟିଏ ଗ୍ଲାସ ପାଣି ପକାଇ ଦିଅନ୍ତୁ । ପ୍ରେସର କୁକର ବନ୍ଦ କରି ମଧ୍ୟମ ଜାଳରେ ଗୋଟିଏ ହ୍ୱିସିଲ ହେବା ଯାଏଁ ରଖିବେ । ଗୋଟିଏ ହ୍ୱିସିଲ ହେବା ପରେ ଗ୍ୟାସ ଜାଳ କମାଇ ପୁଣି ସାତଟି ହ୍ୱିସିଲ ଆସିବା ଯାଏଁ ତାକୁ ଛାଡ଼ି ଦିଅନ୍ତୁ ।

ପ୍ରେସର କୁକରରୁ ଗ୍ୟାସ ବାହାରି ଯିବା ପରେ ଚାଉଳକୁ ବାହାର କରି ତାକୁ ଅଳ୍ପ ଚିକ୍କଣ ହେବା ପରି କରିବା। ପରେ ଅଳ୍ପ ଜାଳରେ ସିଝୁଥିବା କ୍ଷୀରରେ ସେହି ସିଝା ଚାଉଳକୁ ପକାଇ ଦିଅନ୍ତୁ । ଭଲ ଭାବେ ଗୋଳାଉଥିବା ଆବଶ୍ୟକ । ତାକୁ ଗ୍ୟାସରେ କିଛି ସମୟ ବସାନ୍ତୁ । ଅନ୍ୟ ଏକ ପାତ୍ରରେ କିଛି ଘିଅ ପକାଇ କାଜୁ ,କିସମିସକୁ ଭାଜି ନିଅନ୍ତୁ । ଏହା ପରେ କ୍ଷୀର ଓ ଚାଉଳ  ସିଝୁଥିବା ପାତ୍ରରେ କାଜୁ , କିସମିସ , ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏଥିରେ ଚିନି ମଧ୍ୟ ପକାଇଦିଅନ୍ତୁ । ଗୋଳେଇଦିଅନ୍ତୁ । ଗ୍ୟାସ ବନ୍ଦ କରି ଅଳ୍ପ ଥଣ୍ଡା ହେବା ପରେ ପ୍ଲେଟକୁ ବାହାର କରନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚାଉଳ ଖିରୀ ।

Subscribe

National International State Sports Entertainment