Home >
ଲଦାଖକୁ ମିଳିବ ବିଶ୍ୱର ସବୁଠାରୁ ବଡ଼ ସୋଲାର ପ୍ରକଳ୍ପ, ଖର୍ଚ୍ଚ ହେବ ୪୫୦୦ କୋଟି ଟଙ୍କା
Khabar Odisha:Ladakh-will-soon-have-Worlds-largest-solar-plant

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଲଦାଖ ଖୁବ ଶୀର୍ଘ ଏକ ନୂତନ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଏଠାରେ ସମଗ୍ର ବିଶ୍ୱର ସବୁଠାର ବଡ଼ ସୋଲାର ପ୍ରକଳ୍ପ ପ୍ରତିଷ୍ଠା ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦକ୍ଷିଣ କାରଗିଲ ଠାରୁ ପାଖାପାଖି ୨୦୦ କିଲୋମିଟର ଦୂରରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ବିଦ୍ୟୁତ ଉତ୍ପାଦନ ସହିତ ଏକ ବର୍ଷରେ ପାଖାପାଖି ୧୨,୭୫୦ ଟନ କାର୍ବନ ଉତ୍ସର୍ଜନକୁ ରୋକିବା, ଡିଜେଲ ଉପରେ ନିର୍ଭରତା ହ୍ରାସ କରିବା ଏବଂ ଆଖପାଖ ଅଂଳଚର ଲୋକଙ୍କୁ ରୋଜଗାର ଦେବାର ସହାୟତା କରିବ ।

ନବୀନ ଓ ନବୀକରଣ ଶକ୍ତି ମନ୍ତ୍ରାଳୟ ଅନ୍ତର୍ଗତ ସୋଲାର ଏନାର୍ଜୀ କର୍ପୋରେଶନ ଅଫ ଇଣ୍ଡିଆ ସହିତ ଜଡ଼ିତ ପ୍ରକଳ୍ପକୁ ପ୍ରୋତ୍ସାହନ ଦେଉଛି । କୁହାଯାଉଛି ଯେ, ଲଦାଖରେ ୫୦୦୦ ମେଗା ୱାଟ ୟୁନିଟ ଏବଂ କାରଗିଲ ପାଇଁ ୨୫୦୦ ମେଗା ୱାଟର ୟୁନିଟ ବର୍ଷ ୨୦୨୩ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ । ଏହି ପ୍ରକଳ୍ପରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । 

ଲଦାଖର ପ୍ରକଳ୍ପ କାରଖାନା ରଣନୀତି ଭାବରେ ଗୁରୁତ୍ୱପୂର୍ଣ୍ଣ ଅଂଚଳର ନ୍ୟୋମାରେ ହନଲେ-ଖଲଦୋନେ ନିର୍ମାଣ କରାଯିବ । ସେହିଭଳି କାରଗିଲ ସୋଲାର ପ୍ଲାଣ୍ଟକୁ ଜସ୍କାରର ସୁରରେ ନିର୍ମାଣ କରାଯିବ, ଯାହାକି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୨୫୪ କିଲୋମିଟର ଅଟେ । ଲଦାଖରୁ ଉତ୍ପନ୍ନ ବିଦ୍ୟୁତ କୈଥଲ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥିପାଇଁ ୯୦୦ କିଲୋମିଟର ଲମ୍ବା ଲାଇନ ଲେହ-ମନାଲୀ ସଡ଼କ ନିର୍ମାଣ ହେବ । କାରଗିଲ ପ୍ରକଳ୍ପ ଶ୍ରୀନଗର ନିକଟ ନ୍ୟୁ ୱାନପୋହରେ ଗ୍ରୀଡ ସହିତ ଆରମ୍ଭ ହେବ । କାରଗିଲ ପ୍ରକଳ୍ପ ଶ୍ରୀନଗର ନିକଟ ନୁଞ ଭାନପୋରେ ଗ୍ରୀଡ ସହିତ ଯୋଡ଼ିବ । 

 

  • Tags:

Subscribe

National International State Sports Entertainment