Home >
ପୁଣି ତେଜିଲା କୋରାପୁଟ କଂଗ୍ରେସ କନ୍ଦଳ: ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଦୁଇ ବିଧାୟକ, ପିସିସିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ତାରା
Khabar Odisha:Koraput-Congress-conflict

କିଛି ଦିନର ନିରବତା ପରେ ପୁଣି ଦେଖା ଦେଇଛି କୋରାପୁଟ କଂଗ୍ରେସରେ କନ୍ଦଳ। ଦୀର୍ଘ ଦିନ ଧରି ଦୁଇ ବିଧାୟକ ତାରା ବାହିନୀ ପତି ଓ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ମଧ୍ୟରେ ଚାଲିଥିବା ବିବାଦ ପୁଣି ଆଜି ହାଟରେ ପଡିଛି। ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଓ ଦୁଇ ବିଧାୟକଙ୍କ ଅନୁପସ୍ଥିତି ରହିଥିବା ବେଳେ ପୁଣି କଂଗ୍ରେସର ଗୋଡ ଟଣାଟଣି ନୀତି ଆରମ୍ଭ ହୋଇଥିବା ନେଇ ସାଧାରଣ ମହଲରେ ଚର୍ଚ୍ଚା ଜୋର ଧରିଛି । 

କୋରାପୁଟର ବୈପାରିଗୁଡାରେ କଂଗ୍ରେସ ଆଜି ଯୁବ ଅଧିକାର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ଦୁଇ ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀ ପତି ଓ ଚନ୍ଦ୍ର ଶେଖର ମାଝିଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟ ବିଧାୟକ ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଉପସ୍ଥିତ ଥିଲେ ମଧ୍ୟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହୀନୀ ପତି ଯୋଗ ଦେଇ ନଥିବା ଘଟଣା ଦଳୀୟ କର୍ମକର୍ତାଙ୍କ ମନରେ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଚନ୍ଦ୍ର ଶେଖର କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ତାରା କିନ୍ତୁ ତାଙ୍କୁ ଡକାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିନା ନିମନ୍ତ୍ରଣରେ କୌଣସି ସ୍ଥାନକୁ ମୁଁ ଯାଏଁ ନାହିଁ ବୋଲି ପ୍ରତିକ୍ରିୟାରେ ସେ କହିଛନ୍ତି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିବାରୁ ପିସିସି ମୁଖିଆ ନିରଞ୍ଜନ କଣ ପାଇଁ ଚୁପ ବସିଛନ୍ତି ମୁଁ ଜାଣେ ନାହିଁ କହି ନୂତନ ସସପେନ୍ସ ସୃଷ୍ଟି କରିଛନ୍ତି ତାରା ।

ତେବେ କୋରାପୁଟରେ ଏଭଳି କନ୍ଦଳ କଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ତାରାଙ୍କ ବିରୋଧରେ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ବହୁବାର ମୁହଁ ଖୋଲିବା ସହ ପିସିସି ଓ ଦଳୀୟ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇଥିବା ଦେଖିବାକୁ ମିଳିଥିଲା। 

  • Tags:

Subscribe

National International State Sports Entertainment