Home >
ଅଶାନ୍ତ ହେଉଛି କେନ୍ଦୁଝର, ପତିଆରା ପାଇଁ ନିରଞ୍ଜନ ଓ ବଦ୍ରିଙ୍କ ମଧ୍ୟରେ ଲଢେଇ....ବଦ୍ରି କହିଲେ ମୋ ପୁଅ ବିରୋଧରେ ଏଫଆଇଆର ଲେଖନ୍ତି ନିରଞ୍ଜନ, ପ୍ରଚାର କରନ୍ତି ସୌମ୍ୟରଞ୍ଜନ
Khabar Odisha:Keonjhar-Politics-Row-Soumya-Ranjan-Patnaik-Badri-Narayana-Patra
କେନ୍ଦୁଝର, ୯ ନଭେମ୍ବର (ଖବର ଓଡିଶା):

 ଶାନ୍ତ ପ୍ରିୟ ଆଦିବାସୀ ଅଧୁଷିତ କେନ୍ଦୁଝରେ ଅଶାନ୍ତି ସୃଷ୍ଟି କରୁଛି କିଏ ? କିଏ ସେହି ବିଷମଞ୍ଜି ଯାହାପାଇଁ ଜିଲାରେ ସୃଷ୍ଟି ହେଉଛି ଅଶାନ୍ତ ପରିବେଶ ଏହାକୁ ନେଇ ପୁଣିଥରେ ଜିଲାରେ ଚର୍ଚ୍ଚା ଆଲୋଚନା ହୋଇଥିବା ବେଳେ ଏପରି ସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ସେପଟେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଜଣେ ପୁଅ ଜେଲ୍ ରେ ଥିବା ବେଳେ ଆଉ ଏକ ଗଣ୍ଡଗୋଳ ମାମଲାରେ ଆଉ ଜଣେ ପୁଅଙ୍କ ନାଁରେ ଏତଲା ଦାଏର ହୋଇଛି  । ଯାହାକୁ ନେଇ ଏବେ ମୁହାଁମୁହିଁ ସ୍ତରରକୁ ଆସିଯାଇଛନ୍ତି ନିରଞ୍ଜନ ଓ ବଦ୍ରି  । ପରସ୍ପର ପ୍ରତିଦ୍ୱନ୍ଧୀ ଭାବେ ଜଣାଶୁଣା ଏହି ନେତା ବେଶ କିଛି ବର୍ଷ ଧରି ଚୁପ୍ ରହିଥିଲେ  । ତେବେ ସୌମ୍ୟରଞ୍ଜନ ବିଜେଡିରେ ମିଶିବା ପରେ ଏବେ ବଦ୍ରିଙ୍କ ପତିଆରାକୁ ଶେଷ କରିବା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଜିଲାରେ ଚାଲିଛି ଚର୍ଚ୍ଚା ଆଲୋଚନା  ।

ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ହୋଇଥିବା ଏତଲା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପାତ୍ର କହିଛନ୍ତି ଏହି ଏଫଆଇଆର ଲେଖା ପଛରେ ରହିଛି ନିରଞ୍ଜନ ପଟ୍ଟନାୟକଙ୍କ ହାତ  । ତାଙ୍କୁ ବଦନାମ କରିବା ପାଇଁ ନିରଞ୍ଜନ ଏଫଆଇଆର ଲେଖିଛନ୍ତି  । ନିରଞ୍ଜନ ମୋ ପରିବାର ବିରୋଧରେ ଏଫଆଇଆର ଲେଖନ୍ତି ଆଉ ଏହାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଚାର କରନ୍ତି ବୋଲି କହିଛନ୍ତି ଶ୍ରୀ ପାତ୍ର  ।

ବଦ୍ରିଙ୍କ ମନ୍ତବ୍ୟ ଉପରେ ପତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏ ଅଭିଯୋଗ ସମ୍ପୂର୍ଣ ମିଛ  । ତେବେ ଗତ ୨୦ ବର୍ଷ ଧରି ସେ ସେଠାରେ ଯେଉଁ କାମ କରୁଛନ୍ତି ତାହା ଠିକ୍ ନା ଭୁଲ ନିଜ ମନକୁ ପଚାରନ୍ତୁ  । ଆଉ ମୋତେ ବଦ୍ରି ପାତ୍ର ମହାପୁରୁଷ କହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି  ।  

Subscribe

National International State Sports Entertainment