Home >
ଅଗଷ୍ଟ ୨୦ ପର୍ଯ୍ୟନ୍ତ ବଢିଲା ଲାଲୁ ପ୍ରସାଦଙ୍କ ଜାମିନ
Khabar Odisha:Jharkhand-High-Court-Extends-Lalu-Yadav-Provisional-Bail
ଝାରଖଣ୍ଡ, ଅଗଷ୍ଟ ୧୦, (ଖବର ଓଡିଶା)

ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟ ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ (ଆରଜେଡି) ଲାଲୁ ପ୍ରସାଦ ଯାଦବଙ୍କ ଅସ୍ଥାୟୀ ଜାମିନକୁ ଅଗଷ୍ଟ ୨୦ ପର୍ଯନ୍ତ ବଢାଇଛନ୍ତି । ଏହା ତାଙ୍କ ଚିକିତ୍ସା କାରଣରୁ କରାଯାଇଛି । 

ନ୍ୟାୟଧିଶ ଅପ୍ରେଶ କୁମାର ସିଂହ ଆଜି ଲାଲୁ ପ୍ରସାଦଙ୍କ ଜାମିନକୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ବଢାଇବାକୁ ଆଦେଶ ଦେଇଛନ୍ତି । ଲାଲୁଙ୍କ ଆଡଭୋକେଟ ପ୍ରଭାତ କୁମାର କହିଛନ୍ତି କି, ‘ଆମେ ଚିକିତ୍ସା ଆଧାରରେ ଜାମିନକୁ ୩ମାସ ବଢାଇବାକୁ ଅପିଲ କରିଥିଲୁ’ । 

ଉଚ୍ଚ ନ୍ୟାୟାଳୟ ମେ’ ୧୧ରେ ଲାଲୁଙ୍କୁ ୬ ସପ୍ତାହର ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି । ଯାହାକୁ କି ପୁଣି ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । 

ଓକିଲ କହିଛନ୍ତି କି, ଲାଲୁ ପ୍ରସାଦଙ୍କ ଏହି ସମୟରେ ମୁମ୍ବାଇର ଏସିୟନ ହାର୍ଟ ଇନଷ୍ଟଚ୍ୟୁଟରେ ଚିକିତ୍ସା କରାଯାଉଛି । ଲାଲୁଙ୍କୁ କୋଟି କୋଟି ଟଙ୍କାର ଚାରା ଘୋଟାଲା କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । 

  • Tags:

Subscribe

National International State Sports Entertainment